Site icon Awaj Media

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ମୁଖପତ୍ର ସପ୍ତଶଯ୍ୟା ଉନ୍ମୋଚିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ମୁଖପତ୍ର ସପ୍ତଶଯ୍ୟା ଉନ୍ମୋଚିତ ହୋଇଯାଇଛି । ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ ଏହାକୁ ଉନ୍ମୋଚନ କରିବା ଅବସରରେ କହିଥିଲେ ଯେ ଯୁବପିଢି ଅଧିକ ରୁ ଅଧିକ ପୁସ୍ତକ ପଠନ ସହ ନୂତନ ଶୈଳୀରେ ଲେଖିବା ଆବଶ୍ୟକ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ ଦେବାଶିଷ ମହାନ୍ତି କହିଥିଲେ ଯେ ସାମାଜିକ ଗଣମାଧ୍ୟମ ସହ ତାଳ ଦେଇ ଯୁବପିଢି ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ଆବଶ୍ୟକ । ଡଃ ଶିବାନନ୍ଦ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ରଶ୍ମିରଞ୍ଜନ ନାୟକ ମୁଖପତ୍ରର ଏକ ସୁନ୍ଦର ଭାବଗର୍ଭକ ସମୀକ୍ଷା ପ୍ରତିପାଦନ କରିଥିଲେ । ସପ୍ତଶଯ୍ଯାର ମୁଖ୍ୟ ସମ୍ପାଦକ ଡଃ ଅନିରୁଦ୍ଧ ଖିଲାର ସମ୍ପାଦକୀୟ ଟିପ୍ପଣୀରେ କହିଥିଲେ ଯେ ଏ ସଂଖ୍ୟାରେ ଢେଙ୍କାନାଳର ଐତିହ୍ୟକୁ ” ଆମ ଢେଙ୍କାନାଳ ” ଆଲେଖ୍ଯରେ ଏକ ନୂତନ ପରିଭାଷାରେ ପ୍ରତିପାଦନ କରାଯାଇଛି । ଏହି ଉନ୍ମୋଚନ ସଭାରେ ସୁଶ୍ରୀ ଲଗ୍ନକିତା ପୃଷ୍ଟି ଓ କୁମାରୀ ମୋନାଲିସା ସାହୁ ସ୍ବରଚିତ କବିତା ଆବୃତ୍ତି କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ,ଅଧ୍ୟ୍ଯାପିକା ଓ ଛାତ୍ର ଛାତ୍ରୀ ଏହି ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିଲେ। ପରିଶେଷରେ ଡଃ ବିଭୁଦତ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version