ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ମହମବତୀ ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମର ଉଦଯାପନ ହୋଇଯାଇଛି . ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନରେ ଗତ ଦଶ ଦିନ ଧରି ଚାଲିଥିବା ମହମବତୀ ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମର ଉଦଯାପନୀ ସଭା ଅନୁଷ୍ଠିତ ହୋଇଛି । ଗତ 27 ତାରିଖରୁ ଆରମ୍ଭ ହୋଇଥିବା ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ର ନୂଆଗଡ ବ୍ଲକ ର ଗଙ୍ଗାବାଡ଼ ପଞ୍ଚାୟତ ରୁ ମୋଟ 5 ଜଣ ପୁରୁଷ ଏବଂ 21 ଜଣ ମହିଳା ତାଲିମ ନେଇଥିଲେ । ସମସ୍ତ ପ୍ରତିଭାଗୀ ମାନଙ୍କ ପାଇଁ ଅନୁଷ୍ଠାନରେ ରେ ବିନା ମୂଲ୍ୟ ରେ ରହିବା, ଖାଇବା ସହିତ ଯାତ୍ରା ଭତ୍ତା ପ୍ରଦାନ କରଯାଇଥିଲା । ଉଦଯାପନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ଵ କରିଥିଲେ । ଜ୍ୟୋତିପ୍ରଭ ଶବର, ମୁଖ୍ୟ ପ୍ରବନ୍ଧକ , ୟୂନିୟନ ବ୍ୟାଙ୍କ, ରାୟଗଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । କିଶୋର ଚନ୍ଦ୍ର ନାଇକ (ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ) ଗଜପତି ପାରଳାଖେମୁଣ୍ଡି, ସୁନାରାମ ସିଂହ, ଜି.ଏମ, ଜିଲ୍ଲା ଶିଳ୍ପ କେନ୍ଦ୍ର, ବିଦ୍ୟା ସାଗର ମୁଦୁଲି, ଏପିଡି, ଡିଆରଡିଏ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ସାର୍ଟିଫିକଟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ଭବିଷ୍ୟତରେ ଆତ୍ମନିଯୁକ୍ତ ହୋଇ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଅନ୍ୟତମ ପ୍ରାଧ୍ୟାପିକା ଶ୍ରୀମତୀ ଦିକ୍ଷ୍ୟାଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ମହମବତୀ ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମ ଉଦଯାପନ !!!

