ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡୀ ଗ୍ରାମରେ ଥିବା ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ଲିଃ ର ସଭାପତି ପଦବୀ ସକାଶେ ଗତକାଲି ପାର୍ଥି ପତ୍ର ପ୍ରଦାନ କରିବା ସକାଶେ ଦିନ ଧାର୍ଯ୍ୟ ହୋଇଥିଲା । ପାର୍ଥି ପତ୍ର ଦୁଇ ଜଣ ଦାଖଲ କରିଥିବାର ଜଣା ପଡିଛି । ଜଣେ ହେଲେ ଇ. ମୋହନ ରାଓ, ତାଙ୍କର ଚିହ୍ନ ହେଲା କ୍ରିକେଟ ବ୍ୟାଟ, ଅନ୍ୟ ଜଣେ ହେଲେ ପ୍ରଶାନ୍ତ କୁମାର ପାତ୍ର ମାଠିଆ ଚିହ୍ନ ବୋଲି ନିର୍ବାଚନ ଅଧିକାରୀ ଜଗନ୍ନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଉ ଦୁଇ ଜଣଙ୍କ ପାର୍ଥି ପତ୍ର କାଏମ ହେବାର ସୂଚନା ଦେଇଛନ୍ତି । ଆଜି ଏହି ସଭାପତି ପଦବୀ ସକାଶେ ନିର୍ବାଚନ ହେବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଜଗନ୍ନାଥ ରଥ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟ ରେ ସହଯୋଗ କରୁଛନ୍ତି ସମବାୟ ସମିତିର ସମ୍ପାଦକ ଇ ରାମ ପ୍ରସାଦ । କିଏ ସଭାପତି ପଦବୀ ବାଜି ମାରିବ ସମସ୍ତ ଙ୍କର ନଜର ରହିଛି ।
ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି. ଲିଃ ସଭାପତି ପଦବୀ ସକାଶେ ପାର୍ଥି ପତ୍ର ଦାଖଲ !!!

