Site icon Awaj Media

ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରି ହରଡ଼ଘଣାରେ ଶିକ୍ଷକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପିଲା ମାନଙ୍କ ପଢ଼ିବା ପାଇଁ ସରକାର କରିଛନ୍ତି ବିଭିନ୍ନ ଯୋଜନା । ପିଲା ମାନଙ୍କୁ ମାଗଣାରେ ବହିପତ୍ର , ପ୍ୟାଣ୍ଟ୍ ସାର୍ଟ ଠାରୁ ଆରମ୍ଭ କରି ଖାଦ୍ୟ ର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ବିଦ୍ୟାଳୟ ରେ ପିଲାମାନଙ୍କୁ ଖାଦ୍ୟ ନଦେଇ ଚାଉଳ ବିକ୍ରି କରୁଛନ୍ତି ଶିକ୍ଷକ . ଏପରି ଘଟଣା ର ଗୁମର ଖୋଲିବା ପରେ ହରଡ଼ଘଣାରେ ପଡିଛନ୍ତି ଶିକ୍ଷକ । ଏପରି ଏକ ସଙ୍ଗିନ ଅଭିଯୋଗ ହୋଇଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଆଦିବାସୀ ବହୁଳ ମାଇଛେଳି ପଞ୍ଚାୟତ କୋଷାକଟା ବିଦ୍ୟାଳୟ ରୁ । ନିଜେ ପ୍ରଧାନ ଶିକ୍ଷକ ଚାଉଳ ବିକ୍ରି କରୁଥିବା ସମୟରେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଛନ୍ତି । ଅଭିଯୋଗ ଅନୁଯାୟୀ କୋଷାକଟା ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଜଣେ ଚାଉଳ ବେପାରୀ ଙ୍କୁ ୯ ବସ୍ତା ଚାଉଳ ବିକ୍ରି କରୁଥିବା ସମୟରେ ଖବର ପାଇ ଗ୍ରାମବାସୀ ସ୍କୁଲ ସଭାପତିଙ୍କୁ ଡକାଇ ବିଦ୍ୟାଳୟ ରେ ପହଞ୍ଚିଥିଲେ । ସଭାପତି ଏବଂ ଗ୍ରାମବାସୀଙ୍କୁ ଦେଖି ପ୍ରଧାନଶିକ୍ଷକ ହଡ ବଡେଇ ଯାଇ ଚାଉଳ ପୋକଡା ହେତୁ ବିକ୍ରି କରୁଥିବା ପ୍ରକାଶ କରିଥିଲେ । ବିଦ୍ୟାଳୟ କମିଟି ନଜାଣି କିପରି ଚାଉଳ ବିକ୍ରି ହେଉଛି ପ୍ରଶ୍ନ ର ଉତ୍ତର ନଦେଇ ପ୍ରଧାନଶିକ୍ଷକ ଚୁପ୍ ହୋଇ ରହିଥିଲେ । ଏଠାରେ ପ୍ରଶ୍ନ ଉଠେ ଏତେ ଚାଉଳ ଷ୍ଟକ୍ ରହିଲା କେମିତି , ବିଦ୍ୟାଳୟ ରେ ପିଲାମାନଙ୍କୁ ଖାଦ୍ୟ ଦିଆ ଯାଉଛି କି ନାହିଁ ତଦନ୍ତ ସାପେକ୍ଷ । ପିଲା ମାନଙ୍କୁ ଖାଦ୍ୟ ନଦେଇ ସେମାନଙ୍କ ଚାଉଳ କୁ ହଡ଼ପ କରୁଥିବା ଘଟଣା ର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି ହେଉଛି ।

 

Exit mobile version