ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପୃଥିବୀର ଜଳବାୟୁ ପରିବର୍ତ୍ତନ ମୂଖ୍ୟ କାରଣ ହେଉଛି ଜଙ୍ଗଲ କ୍ଷୟ । ପ୍ରକୃତି ଜୀବ ଜଗତ ସୃଷ୍ଟି ବଞ୍ଚିବା ନିମନ୍ତେ ଜଙ୍ଗଲରେ ଥିବା ବୃକ୍ଷର ସୁରକ୍ଷା ଏବଂ ନୂତନ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ସାରା ପୃଥିବୀରେ ଏବେ ବୃକ୍ଷ ରୋପଣ କୁ ଗୁରୁତ୍ୱ ଦେଉଛନ୍ତି ପ୍ରତ୍ୟେକ ଦେଶ । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ସୁଭଦ୍ରା ମହତାବ ମହାବିଦ୍ୟାଳୟ ରେ ପାଳନ ହୋଇଯାଇଛି ବନ ମହୋତ୍ସବ ୨୦୨୨ । ଏହି ପରିପ୍ରେକ୍ଷୀରେ ଜାତୀୟ ସେବା ଯୋଜନା ପକ୍ଷରୁ ବନ ମହୋତ୍ସବ ଉଦଯାପନ କର୍ମଶାଳା ସଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ମିଶ୍ର ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା କମିଟି ର ସଭାପତି ରମାନାଥ ସାହୁ, ନିଶ୍ଚିନ୍ତକୋଇଲି ବ୍ଲକ ର ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଅସୁରେଶ୍ଵର ସରପଞ୍ଚ ଙ୍କ ପ୍ରତିନିଧି ଅନନ୍ତ କୁମାର ଦାସ, ସମିତି ସଭ୍ୟ ହିମାନ୍ଦ୍ରୀ ମିଶ୍ର , ପ୍ରକୃତି ବନ୍ଧୁ ନିରଞ୍ଜନ ସାହୁଙ୍କ ସମେତ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତି ରହି ବୃକ୍ଷ ରୋପଣ କୁ ଗୁରୁତ୍ୱ ଦେବା ସହିତ ସମସ୍ତେ ନିଜ ଘରେ ବୃକ୍ଷ ଲଗାଇବା ପାଇଁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ।ଏହି ବନ ମହୋତ୍ସବ ଅବସରରେ ସାତ ଦିନ ବ୍ୟାପୀ ବିଭିନ୍ନ ପଞ୍ଚାୟତ ର ଗ୍ରାମ ମନ୍ଦିର, ଶ୍ମଶାନ ଓ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ଫୁଲଫଳ ଏବଂ ଔଷଧୀୟ ବୃକ୍ଷ ରୋପଣ କରିଛନ୍ତି । ଭୁବନେଶ୍ୱର ବନ ବିଭାଗ ପକ୍ଷରୁ ୨୫୦ ଟି ବିଭିନ୍ନ ଜାତିର ବୃକ୍ଷ ଯୋଗାଇ ଦେଇଛନ୍ତି ଏବଂ ବର୍ଷା ଋତୁ ଥିବାରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାସ ମାସ ଧରି ଚାଲିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
ସୁଭଦ୍ରା ମହତାବ ମହାବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ !!!

