Site icon Awaj Media

ବିଜେପି ଦଖଲରେ ଧରମପୁର ସେବା ସମବାୟ ସମିତି !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ବିଜେପି ବାଜି ମାରିନେଲା ତାଳଚେର ଧରମପୁର ସେବା ସମବାୟ ସମିତି ର ସଭାପତି ପଦ । ଧରମପୁର, ଗୁରୁଜାଙ୍ଗ , କଙ୍କିଳି ଓ ବ୍ରଜନାଥପୁର ପଞ୍ଚାୟତ ର କିଛି ଅଂଶ କୁ ନେଇ ଗଠିତ ଧରମପୁର ସେବା ସମବାୟ ସମିତି । ପୂର୍ବରୁ ନିର୍ବାଚିତ ହୋଇଥିବା ୧୫ ଜଣ କମିଟି ମେମ୍ବର ସଭାପତି ପଦ ପାଇଁ ମତଦାନ କରିଥିଲେ । ବିଜେପି ଓ ବିଜେଡି ମଧ୍ୟରେ କଡା ଟକର ହୋଇଥିଲା । ଶେଷରେ ବିଜେପି ପ୍ରାର୍ଥୀ ନରେଶ ଚନ୍ଦ୍ର ଦାସ ସଭାପତି ପଦ ଅକ୍ତିଆର କଲେ । ପ୍ରକାଶ ଥାଉ କି ଶ୍ରୀ ଦାସ ଆଗରୁ ଦୁଇ ଦୁଇ ଥର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ଓ ଚଳିତ ବର୍ଷ କୁ ନେଇ ଶ୍ରୀ ଦାସ ତୃତୀୟ ଥର ବାଜିମାତ କରି ନେଇଛନ୍ତି !

Exit mobile version