Site icon Awaj Media

ମୁକୁନ୍ଦପୁର ରେ ମୁକ୍ତାକାଶ କବିତା ଆସର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ମାଟିର ବ୍ୟଙ୍ଗକବି ସ୍ବର୍ଗତ ଅନନ୍ତ କୁମାର ନାୟକଙ୍କର ସ୍ମରଣ ଉଦ୍ଦେଶ୍ୟରେ ମୁକୁନ୍ଦପୁର ଶୈବ ମନ୍ଦିର ପ୍ରାଙ୍ଗଣରେ ମୁକ୍ତାକାଶ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସାରସ୍ବତ ସମାବେଶରେ ମନୋଜ୍ଞକବିତା ଆସରକୁ କବି ମନୋଜ ରାଉତ ଏବଂ ବଂଶୀଧର ମହାପାତ୍ର ସଂଯୋଜନା କରିଥିଲେ । ବାଙ୍କୀ ଉପଖଣ୍ତର ସୃଜନ ସ୍ରଷ୍ଟା ମାନେ କବୟିତ୍ରୀ ଶକୁନ୍ତଳା ମଲ୍ଲିକ, କଳ୍ପନା ରାଉତ, ଜୟନ୍ତୀବାଳା ଜେନା, ମନ୍ମଥ ସ୍ବାଇଁ, କ୍ଷୀରୋଦ କୁମାର ସ୍ବାଇଁ , କବି ବିପ୍ଲବ , ସୁବ୍ରତ କୁମାର ନାୟକ , ରବି ନାରାୟଣ ମଙ୍ଗରାଜ , ପ୍ରଦୀପ କୁମାର ଜେନା , ସୁଦର୍ଶନ ସାହୁ , ରମାକାନ୍ତ ଭଂଜ, ପ୍ରତାପଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ନିଜର ସ୍ବରଚିତ କବିତା ପାଠ କରିଥିଲେ । ସ୍ବର୍ଗତ ନାୟକ ବାଙ୍କୀ ଅଂଚଳରେ ବ୍ୟଂଗକବିତା ଲେଖି ନିଜର ଏକ ସ୍ବତନ୍ତ୍ର ପରିଚୟ କରି ପାରିଥିଲେ । ” ସ୍ରୋତସ୍ବନୀ ” ନାମରେ ସାହିତ୍ୟ ପତ୍ରିକାଟିଏ ସଂପାଦନ କରି ବହୁ ନବ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିଥିଲେ । ତାଙ୍କ ଦ୍ବାରା ଗଠିତ ଉଗ୍ରେଶ୍ବର ସାହିତ୍ୟ ସଂସଦ ବର୍ତ୍ତମାନ ସମୟରେ ଯୁବ କବି ତଥା ତାଙ୍କର ପୁତ୍ର ଆଶିଷ କୁମାର ନାୟକଙ୍କ ଦ୍ବାରା ପରିଚାଳିତ ହୋଇ ସାହିତ୍ୟ ଓ ସାମାଜିକ କାର୍ଯ୍ୟକ୍ରମ ମାନ ଜାରି ରଖିଛି । ଶିକ୍ଷକ ନେତା ସନ୍ତୋଷ ସାମଲଙ୍କ ସଭାପତିତ୍ବରେ ମୁକ୍ତାକାଶ କବିତା ଆସରକୁ ଆମ ପରିବାର ଚକ୍ରର ଆବାହାକ କୁମାର ଅମୀୟ ଉଦଘାଟନ କରିଥିବା ବେଳେ ବିଶିଷ୍ଟ ପ୍ରବକ୍ତା ଡଃ ଗଣେଶ୍ବର ସ୍ବାଇଁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଏପରି ସାରସ୍ବତ ସମାବେଶକୁ ଉଚ୍ଚ ପ୍ରଂଶସା କରିଥିଲେ । କବି ଗୟାଧର ନାୟକ ଅତିଥି ପରିଚୟ ଦେଇଥିବା ବେଳେ ସାମାଜିକ କର୍ମୀ ଅକ୍ଷୟ କୁମାର ସାମଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଆଗାମୀ ଦିନରେ ସ୍ବର୍ଗତ ନାୟକଙ୍କ ସ୍ମରଣାର୍ଥେ ତାଙ୍କ ନାମରେ ପ୍ରତି ବର୍ଷ ଜଣେ ବ୍ୟଙ୍ଗକବି ଙ୍କୁ ସଂବର୍ଦ୍ଧିତ କରିବା ସହିତ ନିଜ ଗ୍ରାମରେ ପ୍ରତିମୂର୍ତ୍ତିଟିଏ କରିବାର ପ୍ରସ୍ତାବ ରଖା ଯାଇଥିଲା ।

Exit mobile version