Site icon Awaj Media

ବନ ମହୋତ୍ସବ ସପ୍ତାହ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଗାରାବନ୍ଧ ପଞ୍ଚାୟତର ଗାରାବନ୍ଧ ସ୍ଥିତ ଶ୍ରୀ ଭେଙ୍କେଟେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଗୋଶାଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ ବିରରାଜୁ ,ଗାରାବନ୍ଧ ପଞ୍ଚାୟତର ସରପଞ୍ଚ ପି. ଅଶୋକ କୁମାର , ଏସ.ବି.ଆଇ ଶାଖା ପରିଚାଳକ ସୁନୀଲ କୁମାର ପାଢୀ, ପୁରାତନ ଛାତ୍ର ସଙ୍ଘ ଅଧ୍ୟକ୍ଷ ପ୍ରସାଦ ପଟ୍ଟନାୟକ, ବନ ଖଣ୍ଡ ଅଧିକାରୀ କବିନା ପରିଚ୍ଛା, ବନପାଳ ଏମ୍ କାମେଶ୍ୱର ରାଓ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି . ତିରୁମାଲା ରାଓ ପଟ୍ଟନାୟକ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏଥିରେ କରଞ୍ଜ, ବାହାଡ଼ା, ପଣସ, ଅର୍ଜୁନ ପରି 30 ଟି ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ମଧ୍ୟ ବୃକ୍ଷରୋପଣର ଅନୁଭବ ସହ ସମସ୍ତ ଙ୍କ ସହଯୋଗୀ ହୋଇଥିଲେ ।

Exit mobile version