ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଆନ୍ଦୋଳନ ର ଭୂମି ପୂଜା ଆରମ୍ଭ ହେଲା – ଢେଙ୍କାନାଳ ସାଂସଦଙ୍କ ନେତୃତ୍ୱରେ ନାଲକୋ କାରଖାନା ସମୁଖରେ ଆନ୍ଦୋଳନ ଏପରି ବୟାନ ରଖିଛନ୍ତି ସାଂସଦ ମହେଶ ସାହୁ . ନବମ RPDC ବୈଠକ ର ନିଷ୍ପତ୍ତି କୁ ଭୃକ୍ଷେପ ନକରି ନାଲକୋ ଜମିହରା ସ୍ପୋନ୍ସୋରଡ ଏଲ.ଏ.ପି./ଆଇ.ଟି.ଆଇ. କ୍ଷତିଗ୍ରସ୍ତ ପ୍ରଜା ଙ୍କୁ ସ୍ଥାୟୀ ନିଯୁକ୍ତି ନ ଦେଇ ନାଲକୋ ଜିଲ୍ଲା ପ୍ରସାଶନ ନିଷ୍ପତ୍ତି କୁ ଅଣଦେଖା କରିବା କେତେ ଯୁକ୍ତି ଯୁକ୍ତ ତାହାକୁ ନେଇ ଦାନ ବାନ୍ଧିଛି ଅସନ୍ତୋଷ . ଆଜି ସକାଳ ୬ ଘଟିକା ଠାରୁ ସିପିପି କାରଖାନାର ମାନବ ସମ୍ବଳ କାର୍ଯ୍ୟାଳୟ ଠାରେ ସ୍ପୋନ୍ସୋରଡ ଆଇ.ଟି.ଆଇ ଏଲ.ଏ.ପି.୧୯୮ ସଭ୍ୟ ସଭ୍ୟା ମାନେ ପ୍ରତିବାଦ ସଭା କରି ବଡ଼ ପତିଆରାରେ ବାଇକି ରାଲି କରି ସ୍ମେଲଟର କାରଖାନା ସମୁଖରେ ପହଞ୍ଚିଥିଲେ । ସେଠାରେ ନାଲକୋ ବିରୋଧରେ ସ୍ଲୋଗାନ ଦେବା ସହ ନାଲକୋ ର ମିଥ୍ୟା ପ୍ରତିଶୃତି ଓ କ୍ଷତିଗ୍ରସ୍ତ ଲୋକ ମାନଙ୍କୁ କାରଖାନାରେ କିପରି ଭାବରେ ମାନିସିକ ସ୍ତରରେ ଚାପ ପକାଇବା ବିଷୟରେ ପ୍ରତିବାଦ ନାରା ମାଧ୍ୟମରେ ଜଣାଇଥିଲେ । ନାଲକୋ ସ୍ପୋନ୍ସୋରଡ ଆଇ.ଟି.ଆଇ. ଏଲ.ଏ.ପି.୧୯୮ ଓ ନାଲକୋ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ମିଳିତ ଭାବେ ସ୍ମେଲଟରର କାରାଖାନା ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ମୀନକେତନ ଅମାନ୍ତ ପ୍ରତ୍ୟକ୍ଷ ଭାବରେ ସମର୍ଥନ କରି ଏହି ଆନ୍ଦୋଳନ ରେ ଉପସ୍ଥିତ ରହିଥିଲେ ଓ ଦିନେଶ ପ୍ରଧାନ, ଭକ୍ତି ପ୍ରସାଦ ଦାସ,ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ବହୁ ପୂର୍ବତନ ସରପଞ୍ଚ , ସମିତି ସଭ୍ୟ ନବ ନିର୍ବାଚିତ ସରପଞ୍ଚ ଉପସ୍ଥିତ ଥିଲେ । ସାଂସଦ ନିଜେ ଏହି ଆନ୍ଦୋଳନ କୁ କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନ ର ଭୂମିପୂଜା ବୋଲି ଚରମ ବାଣୀ କହିବା ସହିତ ଆଗାମୀ ଦିନରେ ଏହା ବ୍ୟାପକ ଓ ତୀବ୍ର ହେବା ସହିତ ନାଲକୋରେ ସମ୍ପୂର୍ଣ୍ଣ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଆହୁରି କହିଥିଲେ କି ଏହା ପ୍ରଥମ ପର୍ଯ୍ୟାୟ ଓ ଆଗାମୀ କିଛି ଦିନ ଭିତରେ ନାଲକୋ ବା କୌଣସି ଗୋଇନ୍ଦା ବା ଜିଲ୍ଲା ପ୍ରଶାସନ ଜାଣିପାରିବେ ନାହିଁ କି କେତେ ବେଳେ କେଉଁ ସମୟରେ ନାଲକୋ ରେ ସମ୍ପୂର୍ଣ୍ଣ ଅର୍ଥନୈତିକ ଅବରୋଧ ହେବା ସହିତ ନାଲକୋକୁ ନିଶ୍ଵାସ ପ୍ରଶ୍ୱାସ ବନ୍ଦ କରିଦିଆ ଯିବ ସେତେବେଳେ ନାଲକୋ ଜାଣିବ ଯେ ପ୍ରଜା କଣ କରିପାରେ ।
ଢେଙ୍କାନାଳ ସାଂସଦଙ୍କ ନେତୃତ୍ୱରେ ନାଲକୋ କାରଖାନା ସମୁଖରେ ଆନ୍ଦୋଳନ !!!

