ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କେନ୍ଦ୍ର ସରକାର ଲୋକଙ୍କ ପାଇଁ ଅନେକ କିଛି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଉଥିବା ବେଳେ ଆଜି ଦେଖିବାକୁ ମିଳିଛି ଗର୍ଭବତୀ ମହିଳା ମାନଙ୍କ ପାଇଁ ଏକ ଯୋଜନା ଯାହା କି ” ପ୍ରଧାନ ମନ୍ତ୍ରୀ ଶିଶୁ ସୁରକ୍ଷା ମାତୃତ୍ଵ ଅଭିଯାନ ” ଏହା ମାଧ୍ୟମରେ ଏକ ସମ୍ପୂର୍ଣ ଦେୟ ମୁକ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଯାହା ମାଧ୍ୟମରେ ଆଗକୁ ଭବିଷ୍ୟତ ଦେଖିବାକୁ ଆସୁଥିବା ଶିଶୁ କିପରି ସୁରକ୍ଷିତ ରହିବ ଓ ମା ଓ ଶିଶୁ କିପରି ଉଭୟ ସୁସ୍ଥ ରହିବେ ସେ ପ୍ରତି ମଧ୍ୟ ଗୁରୁତ୍ଵ ଦିଆଯାଇଥିଲା । ଏଥିରେ ମହିଳା ମାନଙ୍କର ସମସ୍ତ ପ୍ରକାରର ପରୀକ୍ଷା ଯଥା – HIV, ହେପାଟାଇଟିସ – ବି, ହେପାଟାଇଟିସ- ସି, ଟପ୍ସୋ, ଗୃପିଂ, ମଧୁମେହ, ହେମୋଗ୍ଲୋବିନ, ମ୍ୟାଲେରିଆ ଭଳି ଅନେକ ପ୍ରକାରର ପରୀକ୍ଷା ମାଗଣାରେ କରାଯିବା ସହିତ ସେମାନଙ୍କୁ ମଧ୍ୟ ଔଷଧ ଯୋଗାଇ ଦିଆଯାଇଥିଲା . ବାଲୁଗାଁ ସି ଏଚ୍ ସି ର SMO, MO, supervisor, CHO, ANM, Health worker, ଯୋଗ ଦେବା ସହିତ ପାଖାପାଖି ଅଙ୍କୁଲା, କୁମାଣ୍ଡଳ, ନଇରି, ବଉଳାବନ୍ଧ, ହରିପୁର ସମେତ ଅନ୍ୟ ପାଖାପାଖି ଗାଁ ର ସମସ୍ତ ମହିଳା ଯୋଗ ଦେଇଥିଲେ । ଏଥିରେ ନଇରି ପି ଏଚ ସି ର ମେଡିକାଲ ଅଫିସର ରୁପେଶ ବଳବନ୍ତରାୟ ଓ ବାଲୁଗାଁ ସି ଏଚ୍ଚ ସି ର LT ନୃସିଂହ ନାଥ ରଥ ମଧ୍ୟ ସହଯୋଗ କରିଥିଲେ ।
ବାଲୁଗାଁ ସିଏଚସି ମାଧ୍ୟମରେ ସାନନଇରି ପିଏଚସି ରେ ପ୍ରଧାନମନ୍ତ୍ରୀ ସୁରକ୍ଷା ମାତୃତ୍ଵ ଅଭିଯାନ ଆରମ୍ଭ !!!

