Site icon Awaj Media

ପାରଳାରେ ତିନି ଠାକୁରଙ୍କ ସୁନା ବେଶ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ତିନି ଠାକୁରଙ୍କ ସୁନା ବେଶ ନୀତି ସମ୍ପନ୍ନ ହୋଇଛି । ସୁନା ବେଶ ଦେଖିବା ପାଇଁ ପୁର ପଲ୍ଲୀ ରୁ ଭକ୍ତଙ୍କ ସୁଅ ଛୁଟିଥିଲା । ପାଗ ଅନୁକୂଳ ଥିବାରୁ ସୁନା ବେଶ ଦେଖିବା ସକାଶେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ବାହୁଡା ପରେ ତିନି ଠାକୁରଙ୍କ ରଥ ଟାଉନ ହଲ ନିକଟରେ ଅଟକି ରହିଥିବା ବେଳେ ହରି ଶୟନ ଏକାଦଶୀ ଥିବାରୁ ସକାଳୁ ସକାଳୁ ଭକ୍ତ ମାନେ ଠାକୁର ଦର୍ଶନ ପାଇଁ ଗହଳି ଲାଗି ରହିଥିଲା । ଏହି ଏକାଦଶୀ କଲେ ପୁଣ୍ୟ ମିଳେ ବୋଲି ବହୁ ଭକ୍ତ ପୁରପଲ୍ଲୀରୁ ଆସି ଠାକୁର ଦର୍ଶନ କରି ନିଜର ମନସ୍କାମନା ଜଣାଇଛନ୍ତି । ଏକାଦଶୀ ହୋଇ ଥିବାରୁ ଫଳ ମୂଳ ଆହାର କରି ରହିଥାନ୍ତି । ସନ୍ଧ୍ୟା ସମୟରେ ତିନି ଠାକୁର ସୁନା ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି । ଶାନ୍ତି ଶୃଙ୍ଖଳା ସକାଶେ ଭକ୍ତଙ୍କ ସମାଗମ କୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା ।

Exit mobile version