ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଭୁବନେଶ୍ୱର ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥର ଗଡ ଖୋର୍ଦ୍ଧା ଛକ ନିକଟରେ ଆଜି ବଡି ଭୋରରୁ ଏକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଜଣେ ଯାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି । ସୂଚନା ଅନୁଯାଇ ଓଁ ଶାନ୍ତି ନାମକ ଘରୋଇ ବସ୍ ଭୁବନେଶ୍ବରରୁ ବାହାରି ଫୁଲବାଣୀ ଅଭିମୁଖେ ଯାଉଥିଲା । ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଆହତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା କରିବା ନିମିତ୍ତ ମେଡିକାଲ୍ ଭର୍ତ୍ତି କରିଥିଲେ , ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଚାଲିଛି ।
ବସ ଦୁର୍ଘଟଣାରେ ଜଣେ ମୃତ : ୧୦ଗୁରୁତର ଆହତ !!!

