Site icon Awaj Media

ଜାତୀୟ ମତ୍ସ୍ୟ ଚାଷ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରନ୍ସ ହଲ ଠାରେ ଜାତୀୟ ମତ୍ସ୍ୟ ଚାଷ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ମତ୍ସ୍ୟ ଅଧିକାରୀଣୀ ଲିସା ବେହେରା, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ସହକାରୀ ଉଦ୍ୟାନ ଉପ ନିର୍ଦ୍ଦେଶକ, ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକର ବିଭାଗୀୟ ମତ୍ସ୍ୟ ସଂପ୍ରସାରଣ ଅଧିକାରୀ, ମତ୍ସ୍ୟ ଚାଷି, ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ଥିଲେ । ଜାତୀୟ ମତ୍ସ୍ୟ ଦିବସ ଓ ଆଭିମୁଖ୍ୟ ଉପରେ ଅତିଥି ମାନେ ନିଜର ମତ ପ୍ରକାଶ କରିଥିଲେ। ମତ୍ସ୍ୟ ଚାଷ ଦ୍ଵାରା କିପରି ମତ୍ସ୍ୟଚାଷି ସ୍ୱାବଲମ୍ବୀ ହୋଇ ପାରିବ ଏବଂ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିପରି ମତ୍ସ୍ୟ ଚାଷ କରି ଆତ୍ମ ନିର୍ଭରଶୀଳ ହେବା ସଙ୍ଗେ କିପରି ପରିବାର ପ୍ରତିପୋଷଣ କରି ପାରିବ, ସମାଜର ମୁଖ୍ୟ ସ୍ରୋତରେ ଆସି ପାରିବେ ତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ କିପରି ତୃଣମୂଳ ସ୍ତରରେ ସଚେତନତା କରାଇ ମତ୍ସ୍ୟ ଚାଷ ଉପରେ ଫୋକସ କରାଇଲେ ସରକାର ଙ୍କ ଯୋଜନା ସଫଳ ରୂପାୟନ ହୋଇ ପାରିବ ବୋଲି ଆଶା କରାଯାଉଛି । ମତ୍ସ୍ୟ ବିଭାଗ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ରେ ଗଣମାଧ୍ୟମକୁ ସୂଚନା ନ ଦେବାରୁ ସରକାର ଙ୍କ ଯୋଜନାର ପ୍ରଚାର ପ୍ରସାର ହୋଇ ପାରୁନାହିଁ । ସରକାର ଏପଟେ ତୃଣମୂଳ ସ୍ତରରେ ଗଣମାଧ୍ୟମକୁ ପ୍ରଚାର ପ୍ରସାର ସକାଶେ ଧ୍ୟାନ ଦେଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଗଣମାଧ୍ୟମକୁ ଅଣଦେଖା କରୁଥିବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଗୁରୁତ୍ୱ ଦେଲେ ମତ୍ସ୍ୟ ବିଭାଗର ପ୍ରଚାର ପ୍ରସାର ହେବା ସଙ୍ଗେ ସରକାରଙ୍କ ଲୋକାଭିମୁଖୀ ଯୋଜନା ସଫଳ ରୂପାୟନ ହୋଇ ପାରିବ ।

Exit mobile version