Site icon Awaj Media

କର୍ମବୀର ଗୌରୀଶଙ୍କର ଙ୍କର ୧୮୪ ତମ ଜନ୍ମ ବାର୍ଷିକୀ ମହାସମାରୋହ ରେ ପାଳିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ଅଞ୍ଚଳର ଦୀକ୍ଷିତପଡା ଗ୍ରାମରେ କର୍ମବୀର ଗୌରୀଶଙ୍କର ଙ୍କର ୧୮୪ ତମ ଜନ୍ମ ବାର୍ଷିକୀ ମହାସମାରୋହ ରେ ପାଳିତ ହୋଇଯାଇଛି . ଏହି ଅବସର ରେ ଅସୁରେଶ୍ୱର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରେ ଥିବା ପ୍ରତିମୂର୍ତ୍ତି, ଗୌରୀଶଙ୍କର ପ୍ରମୋଦ ଉଦ୍ୟାନ ରେ ଥିବା ପ୍ରତିମୂର୍ତ୍ତି ଏବଂ ଗୌରୀଶଙ୍କର ଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଦ୍ୟାଳୟ ରେ ଥିବା ପ୍ରତିମୂର୍ତ୍ତି ରେ ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟା, ସମିତି ସଭ୍ୟା ଓ କିଛି ସମାଜସେବୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ . ପରେ ବିଦ୍ୟାଳୟ ରେ ଥିବା ଛୋଟ ଛୋଟ ପିଲା ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା .

Exit mobile version