ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଚନ୍ଦ୍ରଗିରି ଠାରେ ଆଦିମ ଜନଜାତି ମାନଙ୍କର ଏକ ସଂଗ୍ରହାଳୟ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଚନ୍ଦ୍ରଗିରି ଦେଶ ବିଦେଶ ରେ ପର୍ଯ୍ୟଟନ ଲାଗି ବେଶ ପରିଚିତ ଥିବା ବେଳେ ଆଜି ସେଥିରେ ଆଉ ଗୋଟେ ପର୍ଯ୍ୟଟନ ସ୍ଥଳ ଯୋଡି ହୋଇ ଯାଇଛି । ଆଦିବାସୀ ମାନଙ୍କ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀର ସଂଗ୍ରହାଳୟ । ଆଦିବାସୀ ମାନଙ୍କ ନିତ୍ୟ ବ୍ୟବହୃତ ସାମଗ୍ରୀକୁ ସଉରା ଉନ୍ନୟନ ସଂସ୍ଥା ସଂଗ୍ରହ କରି ସଂଗ୍ରହାଳୟରେ ସ୍ଥାନ ଦେଇ ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ରର ପରିଚୟ ଦେଇଛନ୍ତି । ଏହି କାର୍ଯ୍ୟାଳୟରେ ଆଦିବାସୀ ମାନଙ୍କ ଘର ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହୃତ ଜିନିଷ ସହ ପ୍ରୋଜେକ୍ଟ ର ମାଧ୍ୟମରେ ସେମାନଙ୍କ ଜୀବନ ଶୈଳୀ ଦେଖିବାକୁ ପାଇବେ । ଘର କାନ୍ଥରେ ସେମାନଙ୍କ ଜୀବନ ଶୈଳୀର ଝୋଟି,ସେମାନଙ୍କ ପୋଷାକ, ଗହଣା, ବାଦ୍ୟ, ଅସ୍ତ୍ରଶସ୍ତ୍ର , ଚାଷ ପାଇଁ ବ୍ୟବହୃତ ଲଙ୍ଗଳ ତଥା ଅନ୍ୟାନ୍ୟ ସରଞ୍ଜାମ ଇତ୍ୟାଦି ଦେଖିବାକୁ ପାଇବେ । ଆଦିବାସୀ ମାନେ ନିଜ ପାରମ୍ପରିକ ବାଦ୍ୟ ର ତାଳେ ତାଳେ ନୃତ୍ୟ କରି ଉଦଘାଟନ କାର୍ଯ୍ୟକ୍ରମ ପାଳନ କରିଥିଲେ । ଏଥିରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଫଳଗୁଣି ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଉପସ୍ଥିତ ଥିବା ବେଳେ ଏହା ସମସ୍ତ ମାଇକ୍ରୋ ପ୍ରୋଜେକ୍ଟ ରେ ପ୍ରଥମ ହୋଇଥିବାରୁ ଅଞ୍ଚଳ ର ଆଦିବାସୀ ମାନଙ୍କ ପାଇଁ ଗର୍ବର ବିଷୟ ବୋଲି ସ୍ୱତନ୍ତ୍ର ପଦାଧିକାରୀ ବନମାଳୀ ଭୂୟାଁ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ କନିଷ୍ଠ ଯନ୍ତ୍ରୀ ଝସ କେତନ କିଷାନ ଉପସ୍ଥିତ ଥିଲେ ।
ଆଦିମ ଜନଜାତି ସଂଗ୍ରହାଳୟ ଉଦଘାଟନ କଲେ ଜିଲ୍ଲାପାଳ !!!

