Site icon Awaj Media

ଜିଲ୍ଲା ବ୍ୟାପି ଷଷ୍ଠ ବାର୍ଷିକ ସେବା ଉତ୍ସବ ଉଦଯାପିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସେବା ଯୋଗାଇବାର ଉତ୍ସାହ ହିଁ ସେବା ଉତ୍ସବ l ଅଭାବ ଅନଟନ ଭିତରେ ଥିବା ନିରୁତ୍ସାହ ଲୋକଙ୍କୁ ସେବା ଯୋଗାଇବାର ଉତ୍ସାହ ହିଁ ସବୁଠୁ ବଡ଼ ଉତ୍ସବ, ଏଣୁ ଗାଁ ଠୁ ସହର ଯାଏଁ ଏହି ଉତ୍ସବ ଏକ ଜନ ଉତ୍ସବରେ ପରିଣତ ହେବା ଦରକାର l ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ 15 ଦିନ ଧରି ଆୟୋଜିତ ଷଷ୍ଠ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥି ମାନେ ଏଭଳି ମତ ରଖିଛନ୍ତି l ଗତ ଜୁଲାଇ 1 ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ 15 ତାରିଖ ଯାଏଁ ଦିର୍ଘ 15 ଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ଜିଲ୍ଲାର ଦେଢ଼ ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗା ଯାଇଥିଲା l ଚଳିତ ବର୍ଷ ଏହି ସେବା ଉତ୍ସବ ଜିଲ୍ଲାର ସାତୋଟି ବ୍ଲକ ପରିକ୍ରମା କରିଥିବା ବେଳେ ସେବା ଉତ୍ସବର ସ୍ବେଛାସେବୀ ମାନେ ଘର ଘର ବୁଲି ଅସହାୟ ଓ ଅଭାବ ଅନାଟନ ଭିତରେ ଥିବା ଲୋକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇଥିଲେ l ଏହା ପରେ ପ୍ରତ୍ୟେକ ସନ୍ଧ୍ୟାରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସହାଭାଗିତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ତେବେ ଏହି କ୍ରମରେ ଷଷ୍ଠ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବର ଉଦଯାପନୀ ଉତ୍ସବ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରେ ମହା ସମାରୋହରେ ସମାପିତ ହୋଇଯାଇଛି l ଏହି ଉଦଯାପନୀ ସଭାରେ ସେବା ଉତ୍ସବ ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଡାକ୍ତର ଅରବିନ୍ଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପଟନାୟକ ଯୋଗ ଦେଇଥିଲେ l ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ସମାଜସେବୀ ସନ୍ତୋଷ ପ୍ରଧାନ, ସମାଜସେବୀ ଦାମୋଦର ସାହୁ, ସେବାଉତ୍ସବ ଉପାଧ୍ୟକ୍ଷ ଚିତ୍ତରଂଜନ ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଏହି ଅବସରରେ ରୋଗୀସେବା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଉମାକାନ୍ତ ମହାପାତ୍ରଙ୍କୁ ସେବା ସମ୍ମାନ – 2022ରେ ସମ୍ମାନିତ କରାଯାଇଥିଲା l ଏହାପରେ ନୟାଗଡ଼ ବାହାଡାଝୋଲାର ଓଁ ଶ୍ରୀ ଦୃଷ୍ଟିହୀନ ଲୋକସଂଗୀତ ପରିଷଦ ଓ ଅନ୍ୟାନ୍ୟ ସାଂସ୍କୃତିକ ଦଳଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମକୁ ସେବା ଉତ୍ସବ ସଦସ୍ୟ ଜ୍ୟୋତିରଞ୍ଜନ ମହାପାତ୍ର, ଅମିତ କୁମାର, ପରମେଶ୍ୱର ସାହୁ, ଗୁଲସନ କୁମାର ଦାସ, ମଳୟରଂଜନ ରାୟ , ସଂଜୟ କୁମାର ପରିଡା, ସୁନୀଲ କୁମାର ନାୟକ, ବିଶ୍ୱଜିତ ସାହୁ, ସମ୍ବିତ କୁମାର ସାହୁ, ସୋମ୍ୟା ସ୍ୱୟଂପ୍ରଭା, ରାଜଲକ୍ଷ୍ମୀ ମହାନ୍ତି, ଆକାଶ ପାତ୍ର, ସୋମ୍ୟରଂଜନ ଦାଶ ପ୍ରମୁଖ ପରିଚାଳନା କରିଥିଲେ l

Exit mobile version