Site icon Awaj Media

ଲଗାଣ ବର୍ଷାରେ ବାଣପୁର ର ବିଭିନ୍ନ ଗ୍ରାମାଞ୍ଚଳ ମୁଖ୍ୟ ରାସ୍ତା ଜଳମଗ୍ନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜଳମଗ୍ନ ହୋଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଓ ଏନଏସି ର ଏକାଧିକ ଅଞ୍ଚଳ l ବିଶେଷ କରି ବ୍ଲକର ଦେଓଗାଁ, ଗାଲୁଆ, ଭେଟେଶ୍ୱର, ଭବାନୀପୁର , ଆୟତ୍ତପୁର ଓ ଦେଓଗାଁ ପଞ୍ଚାୟତର କିଛି ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ଏନଏସି ର ୨ ନମ୍ବର ୱାର୍ଡ ଏବଂ ୧୨ ନମ୍ବର ୱାର୍ଡର କିଛି ଅଞ୍ଚଳ ଜଳମଗ୍ନ ହୋଇଥିବାର ଖବର ହସ୍ତଗତ ହୋଇଛି l ଅନୁରୂପ ଭାବେ ଦେଓଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ନେହେରୁ ସେବା ସଂଘ ପରିସରର ବିଦ୍ୟାଳୟ ମଧ୍ୟ ଜଳମଗ୍ନ ହୋଇଥିବାର ଦେଖାଯାଇଛି l ତେବେ ଆଜି ସକାଳୁ ପାଣି କଟିବାରେ ଲାଗିଛି ଏବଂ ବ୍ଲକ ପ୍ରଶାସନ ଏଥି ନିମନ୍ତେ ପଦକ୍ଷେପ ନେଇଥିବାର କହିଛନ୍ତି ବିଡ଼ିଓ ଶ୍ରୀ ନାୟକ l ଅନୁରୂପ ଭାବେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ ନେହେରୁ ସେବା ସଂଘ ପରିସରରେ ଜେସିବି ଦ୍ୱାରା ରାସ୍ତା ସଫା କରାଯାଉଛି ଏବଂ ୧୨ ନମ୍ବର ୱାର୍ଡ କରେଞ୍ଜ ସାହିକୁ ଯାଇ କର୍ମଚାରୀ ମାନେ ପାଣି ପମ୍ପ ନେଇ ଜଳ ନିଷ୍କାସନ ପାଇଁ ଯାଇଥିବାର କହିଛନ୍ତି l କିନ୍ତୁ କରେଞ୍ଜ ସାହି ଚତୁଃପାର୍ଶ୍ୱରେ ଥିବା କେନାଲ ବନ୍ଦ ଥିବାରୁ ଜଳ ନିଷ୍କାସନ ହୋଇ ପାରୁନାହିଁ ବୋଲି ଅଞ୍ଚଳ ବାସି କହିଛନ୍ତି l ସେହିପରି ଭାବେ ବିଇଓ ସନାତନ ଜାଲି ସମସ୍ତ ସିଆରସିସି ଙ୍କୁ ଜଳମଗ୍ନ ହୋଇଥିବା ବିଦ୍ୟାଳୟ ଗୁଡ଼ିକ ନିକଟରେ ତୁରନ୍ତ ପହଞ୍ଚି ରିପୋର୍ଟ କରିବା ପାଇଁ ନିର୍ଦେଶ ଦେଇଛନ୍ତି l

Exit mobile version