Site icon Awaj Media

ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ନାହିଁ ଗମନାଗମନ ପାଇଁ ସୁବିଧା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ବେନ୍ତପୁର ଗ୍ରାମପଂଚାୟତ ର ମୁଣ୍ଡହତା ସାହି ର ଅଵ୍ୟଵସ୍ଥିତ ଅବସ୍ଥା . ଯେଉଁ ଠାରେ କି ଲୋକ ମାନେ ଯିବା ଆସିବା ପାଇଁ ଖଣ୍ଡିଆ ରାସ୍ତା ନାହିଁ l ଏହି ଗ୍ରାମର ଲୋକ ମାନେ ରାସ୍ତା ପାଇଁ ହନ୍ତସନ୍ତ ହେଉଛନ୍ତି l ବର୍ଷା ହେଲେ ଲୋକ ମାନେ ସାହି ରୁ ବାହାରକୁ ବାହାରି ପାରନ୍ତି ନାହିଁ l ଯଦି ଏହି ସାହିର କାହାର ଦେହ ଖରାପ ହୁଏ ସାହି ଭିତର କୁ ପଶି ପାରେନି ଆମ୍ବୁଲାନ୍ସ,, ରୋଗୀ କୁ ଦୁଇ ଦୁଇ କିଲୋମିଟର ବୁହାଇ ଆଣିବାକୁ ପଡିଥାଏ l ନା ଅଛି ଏଠି ସରକାର ର ନଜର ନା କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରୁଛି ସରକାର l

Exit mobile version