ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତର ବେକାର ଯୁବକ ଯୁବତୀ ପାଇଁ ରୋଜଗାର ସୁଯୋଗ ଆଣି ଦେଉଛି ସୋରଣ ଗ୍ରାମ ଝାନସୀ ସ୍ବୟଂ ସହାୟକ ଗୋଷ୍ଠୀ । ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ୨୦ ଜଣ ଯୁବକ ଯୁବତୀଙ୍କୁ ଏକ ଟ୍ରେନିଙ୍ଗ ଦିଆ ଯାଇଥିଲା । ଏଥିରେ ସୋରଣ ପଞ୍ଚାୟତର ଏମ୍ବିକେ ଝରଣା ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ସମସ୍ତ ସିଆରପି ଉପସ୍ଥିତ ଥିଲେ . ରତ୍ନମଞ୍ଜରୀ ମହାରଣା , ଶକୁନ୍ତଳା ବେହେରା, ସବିତା ପ୍ରଧାନ, ପୂର୍ଣ୍ଣିମା ଛୁଆଳସିଙ୍ଗ, ଶିବାନୀ ସାହୁ, ବାସନ୍ତୀ ମୁଦୁଲି , ଅନିତା ସାହୁ, ମିନାରାଣୀ ପାତ୍ର, ଅମିରୁନୁ ନିଶା ଓ ସଭାପତି ସଂଯୁକ୍ତା ବେହେରା , ସମ୍ପାଦିକା ପୂଜାଶ୍ରୀ ନାୟକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ସହଯୋଗ କରିଥିଲେ । ସୋରଣ ଗ୍ରାମରେ ଅନେକ ଯୁବକ ଯୁବତୀ ବେକାର ଥିବା ବେଳେ ସେମାନେ କେମିତି ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସମସ୍ତେ ରୋଜଗାରକ୍ଷମ ହୋଇ ପାରିବେ ଏବଂ ରାଜ୍ୟ ସରକାରଙ୍କୁ ଅନେକ କାର୍ଯ୍ୟକ୍ରମ ନଜର କରି ଆଗକୁ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇ ବେକାର ସମସ୍ୟା ଦୂର କରିବା ପାଇଁ ସୋରଣ ପଞ୍ଚାୟତ ଏମ୍ବିକେ ଝରଣା ବେହେରା ଗୁରୁତ୍ୱ ଦେଇଛନ୍ତି ।
ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସୋରଣ ଗ୍ରାମପଞ୍ଚାୟତର ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର ସୁଯୋଗ !!!

