ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜ଼ିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଆକାଂକ୍ଷା ଜ଼ିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଜ଼ିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଅଭିନବ ଭାବେ ” ଗଜପତି ଶିକ୍ଷା ଆରୋହଣ ” କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ସରକାରୀ ବିଦ୍ୟାଳୟ ରେ ଏ ୧ ଗ୍ରେଡ୍ ରଖିଥିବା ଛାତ୍ରଛାତ୍ରୀଙ୍କ ପ୍ରଧାନ ଶିକ୍ଷକ ତଥା ଏ ୨ ଗ୍ରେଡ୍ ରେ ୧୦ ପ୍ରତିଶତରୁ ଅଧିକ ଫଳ ଆଣିଥିବା ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ CRCC ଏପରି ମୋଟ ୪୫ ଜଣଙ୍କୁ ନେଇ ପଞ୍ଚଦିବସୀୟ ଆବାସିକ ତାଲିମ ସହ ଏକ୍ସପୋଜର ପରିଦର୍ଶନ ନିମନ୍ତେ ରାଜସ୍ଥାନ ଝୁଣୁଝୁଣୁ ଜ଼ିଲ୍ଲା ବଗଡ ଅନ୍ତର୍ଗତ ପିରାମଲ ସ୍କୁଲ ଅଫ ଲିଡରସିପ ଓ ଦିଲ୍ଲୀ ଗସ୍ତ ର କାର୍ଯ୍ୟକ୍ରମ ରହିଛି | ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଅଧିକାରୀ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ,WEOs,ABEOs ଓ ସମଗ୍ର ଶିକ୍ଷା ପେଡ଼ାଗୋଜି ସଂଯୋଜକ ଭାଗନେବେ | ଜ଼ିଲ୍ଲାପାଳ ସମସ୍ତ ଉପସ୍ଥିତ ପ୍ରଧାନଶିକ୍ଷକ ଓ CRCCଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାଷ୍ଟର ଟ୍ରେନର ଭାବେ ପ୍ରସ୍ତୁତ କରାଯାଇ ଜ଼ିଲ୍ଲାରେ ଶିକ୍ଷାର ବିକାଶ କ୍ଷେତ୍ରରେ ନିଜକୁ ସାମିଲ କରିବା ଓ ନୂତନ ଶିକ୍ଷା କାର୍ଯ୍ୟଶୈଳୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଖିବାକୁ ଉପଦେଶ ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ଶୁଭାରମ୍ଭ ପୂର୍ବରୁ କଲେକଟରଟେ ସମିଳନୀ କକ୍ଷ ୪ର୍ଥ ଠାରେ ଜ଼ିଲ୍ଲାପାଳ ଓ ଅତିରିକ୍ତ ଜ଼ିଲ୍ଲାପାଳ ଯୋଗଦେଉଥିବା ସମସ୍ତ ଭାଗିଦାରୀଙ୍କସହ ବିସ୍ତୃତ ଆଲୋଚନା କରିବାସହ ଜ଼ିଲ୍ଲାପାଳ ବିଭକ୍ତ ପ୍ରତ୍ୟକ ଦଳ ୫ଟି ବିନ୍ଦୁ ବିସ୍ତୃତ ଭାବେ ପ୍ରଦାନ କରିବାକୁ କହିଥିଲେ | ଜ଼ିଲ୍ଲାପାଳ ସବୁଜ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ |ନୀତି ଆୟୋଗର ଆକାଂକ୍ଷା ଜ଼ିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନର ଜ଼ିଲ୍ଲା ପ୍ରତିନିଧି ଗାନ୍ଧୀ ଫେଲୋ ଆୟୁଷ ହର୍ଷ ଫରହାନ ଓ ଉପାସନା ଉପସ୍ଥିତି ରହି ଆଜିର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |