ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରଗଡି ପଞ୍ଚାୟତ କୁ ମଡେଲ ଗ୍ରାମପଞ୍ଚାୟତ ମାନ୍ୟତା ପ୍ରଦାନ କରିଛି ଟାଟା ପାୱାର କମ୍ପାନୀ । ଏହି କାର୍ଯ୍ୟକ୍ରମ ରଗଡି ଠାରେ ଥିବା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏହାକୁ ବାଙ୍କୀ ଏସଡିଓ ସୌମ୍ୟ ରଞ୍ଜନ ମହାପାତ୍ର ପରିଚାଳନା କରିଥିଲେ . ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟାଧିକାରୀ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ମହାନ୍ତି ଏବଂ ସମିତି ସଭ୍ୟ ଭାଗୀରଥି ପାଣି ଉପସ୍ଥିତ ରହି ଟାଟା କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ଏହି ପଞ୍ଚାୟତ ସମଗ୍ର ବାଙ୍କୀ ତଥା ଡମପଡା ବ୍ଲକ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ବୋଲି ଭାଗୀରଥି ପାଣି ପ୍ରକାଶ କରିଛନ୍ତି । କମ୍ପାନୀର ଏପରି କାର୍ଯ୍ୟକ୍ରମକୁ ସଫଳ କରିବରେ ସ୍ଥାନୀୟ ଅଧିବାସୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଏସଡିଓ ମହାପାତ୍ର ପ୍ରକାଶ କରିଛନ୍ତି ।
ଟାଟା ପାୱାର ତରଫରୁ ମଡେଲ ଜିପି ରଗଡି କାର୍ଯ୍ୟକ୍ରମ !!!

