Site icon Awaj Media

ପୌର ପରିଷଦ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମ ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲ ଠାରେ ବଡାଖାନା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ପୌର ପରିଷଦର ସଫେଇ କର୍ମଚାରୀ ଭାଇ ଓ ଭଉଣୀ ମାନଙ୍କ ନିରନ୍ତର ସେବା କୁ ଉଚ୍ଚ ପ୍ରଶଂସା କରିଥିଲେ । ରଥଯାତ୍ରା ସମୟରେ ସଫା ସୁତୁରା ସଙ୍ଗେ ସଙ୍ଗେ କରୁଥିଲେ ଓ ସେହିପରି କରୋନା ସମୟରେ ସହର କୁ ସଫେଇ କରି ସୁନାମ ଅର୍ଜନ କରିଛନ୍ତି । ଜିଲ୍ଲାପାଳ ସେମାନଙ୍କ ଖୁସି ସକାଶେ ସଫେଇ କର୍ମଚାରୀ ଙ୍କୁ ଖାଦ୍ୟ ପରସିବା ସହ ସେମାନଙ୍କ ସହ ବସି ଭୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ , ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପ ଜିଲ୍ଲାପାଳ , ତହସିଲଦାର, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ , ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ, ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରମୁଖ ସଫେଇ କର୍ମଚାରୀଙ୍କ ସହ ବସି ଭୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦର କର୍ମଚାରୀ ଓ ପୌର ପରିଷଦର କାଉନସିଲର ମାନେ ଉପସ୍ଥିତ ଥିଲେ । ପୌର ପରିଷଦର ଏହି ଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ସଫେଇ କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Exit mobile version