Site icon Awaj Media

ଚିନ୍ମୟ ଫାଉଣ୍ଡେସନର ୧୨୨ ତମ ସାପ୍ତାହିକ ସଚେତନତା ଓ କରୋନା କିଟ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱରେ ମହାମାରୀ କରୋନାର ତାଣ୍ଡବଲୀଳାର ପ୍ରକୋପ ଏବେବି ସମ୍ପୂର୍ଣ୍ଣ ଭାବେ ଥମି ନାହିଁ । ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଆଉ କିଛି ଦିନ ସଚେତନ ଓ ସଂଜତ ହୋଇ ନ ରହିଲେ ଏହାର ମାତ୍ରା ବଢିଯାଇ ପାରେ । ସରକାରୀ ସ୍ତରରେ ଓଡ଼ିଶାର ଅନେକ ଜାଗାରେ ଏହି ନିୟମକୁ କଡାକଡି ଭାବରେ ପାଳନ କରାଯାଉଥିବାର ଦେଖିବାକୁ ମିଳୁଛି । ତେବେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ଅଣ୍ଟା ଭିଡ଼ିଛି ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ଗ୍ରାମର ଚିନ୍ମୟ ଫାଉଣ୍ଡେସନ । ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୮୫୪ ଦିନ ଧରି ସଚେତନତା, କରୋନା କିଟ୍ ସହ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ୧୨୨ ତମ ସାପ୍ତାହିକ ( ଦିନ ସଂଖ୍ୟା ୮୪୮ ରୁ ୮୫୪ପର୍ଯ୍ୟନ୍ତ ) କାର୍ଯ୍ୟକ୍ରମ ସ୍ଥାନୀୟ ଯାଜପୁର ଜିଲ୍ଲାର ଦଶରଥପୁର ଏବଂ ବିଂଝାରପୁର ବ୍ଳକର ନୀଳକଣ୍ଠପୁର, ଆଉଁରୀ, ବାବଲପୁର, ଅସନପୁର, ନନ୍ଦିପୁର ସମେତ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସଚେତନତା କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ସାମ୍ବାଦିକ ତଥା ସମାଜସେବୀ କବି ଧୀରେନ୍ଦ୍ର ମଲ୍ଲିକ, ସମାଜସେବୀ(ଦିବ୍ୟାଙ୍ଗ) ଶ୍ରୀକ୍ଷେତ୍ର ସାହୁ, ରଜନୀ କାନ୍ତ ମଲ୍ଲିକ, ହରିହର ମଲ୍ଲିକ, ଓମ ପ୍ରକାଶ ମଲ୍ଲିକ, ସାର୍ଥକ ମଲ୍ଲିକ, ଶିବାଦିତ୍ୟ ଦାଶ, ବାସୁଦେବ ପଣ୍ଡା, ଗୀତାଞ୍ଜଳି ପଟ୍ଟନାୟକ, ପ୍ରହଲ୍ଲାଦ ଦାସଙ୍କ ସମେତ ଫାଉଣ୍ଡେସନର ବହୁ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନକରି ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରାଇବାସହ ମାକ୍ସ, ସାନିଟାଇଜର, ଓ.ଆର.ଏସ, ହ୍ୟାଣ୍ଡ ଗ୍ଲୋବ୍ସ ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି ।

Exit mobile version