କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବିଜୁ ଜନତା ଦଳ ପକ୍ଷରୁ ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀର ଗମେଣ୍ଟ ପଲିଟେକନିକ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ରାଜ୍ୟ ଯୁବ ସମ୍ପାଦକ ସୁଦୀପ୍ତ କେଶରୀ ସାମଲ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ , ଜିଲ୍ଲା ପରିଷଦ ଅଧକ୍ଷା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ . ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ଗଛ ଲଗାଇବା ପାଇଁ ବାର୍ତା ଦେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସବୁବେଳେ ଜାରି ରହିବ ବୋଲି ପ୍ରତିକ୍ରିୟା ରଖିଥିଲେ , ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ କଲେଜ ର ଅନେକ ଛାତ୍ର ଛାତ୍ରୀଙ୍କ ସମେତ କଲେଜ ଅଧକ୍ଷ ମଧ୍ୟ ଉପସ୍ଥିତି ରହିଥିଲେ . ରାଜ୍ୟ ସମ୍ପାଦକଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ କଲେଜ ଛାତ୍ର ଛାତ୍ରୀ ମାନେ ପ୍ରଶଂସା କରିବା ସହିତ ଧବ୍ୟବାଦ ଅର୍ପଣ କରିଥିଲେ .
ପଲି ଟେକନିକ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

