Site icon Awaj Media

ଅବ୍ୟବସ୍ଥା ମଧ୍ୟରେ ସ୍ବାଧୀନତା ସଂଗ୍ରାମୀଙ୍କ ଗ୍ରାମ ଥୁଆବାରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅବ୍ୟବସ୍ଥା ମଧ୍ୟରେ ସ୍ବାଧୀନତା ସଂଗ୍ରାମୀଙ୍କ ଗ୍ରାମ ଥୁଆବାରୀ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପାରାଢିପ ପଞ୍ଚାୟତ ଥୁଆବାରୀ ଗ୍ରାମ । ମହାତ୍ମା ଗାନ୍ଧୀ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଗ୍ରାମର ଷାଠିଏ ପରିବାର ସ୍ବାଧୀନତା ସଂଗ୍ରାମ ରେ ଯୋଗ ଦେଇଥିଲେ । ବର୍ତ୍ତମାନ ସେମାନେ ନାହାନ୍ତି କିନ୍ତୁ ସେମାନଙ୍କ ତ୍ୟାଗ ଆଜି ବି ଗ୍ରାମବାସୀ ଙ୍କର ଆଦର୍ଶ ହୋଇ ରହିଛି । ଆଜି ବି ସ୍ବାଧୀନତା ସଂଗ୍ରାମୀ ସହୀଦ କଂଡୁରୀ ପରିଡ଼ା ଙ୍କ ପାଇଁ ଗ୍ରାମବାସୀ ଗର୍ବ ଅନୁଭବ କରୁଛନ୍ତି । କିନ୍ତୁ ଦେଶ ପାଇଁ ଜୀବନ ଦେଇଥିବା ସହୀଦ ଙ୍କ ଗ୍ରାମ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଗ୍ରାମରେ ପାଞ୍ଚ ଟି ସାହିରେ ଆଠ ଶହ ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ରାସ୍ତା ର ଅବସ୍ଥା ଭଲ ନଥିବା ବେଳେ ଶିକ୍ଷା ପାଇଁ ଗ୍ରାମରେ ଅଙ୍ଗନବାଡି ଟିଏ ସୁଦ୍ଧା ନାହିଁ । ଥୁଆବାରୀ ଆଦର୍ଶ ଗ୍ରାମର ମାନ୍ୟତା ପାଇଥିବା ବେଳେ ଏହା କେବଳ ନାମକୁ ମାତ୍ର ଲୋକ ଦେଖାଣିଆ । ନା ଅଛି ବିଜୁଳି ସୁବିଧା , ନା ଗମନାଗମନ ସୁବିଧା, ନାଁ ବିଦ୍ୟାଳୟ । ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ସହିତ ସ୍କୁଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି ।ବହୁ ନେତା ଆସୁଛନ୍ତି , ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେବ ବୋଲି ଭାଷଣ ମାରି ଯାଉଛନ୍ତି . କିନ୍ତୁ କାର୍ଯ୍ୟ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଅଭିଯୋଗ ସମ୍ପର୍କରେ ଅବଗତ ହେବା ପରେ , ଗ୍ରାମବାସୀଙ୍କ ମୈାଳିକ ସମସ୍ୟା ଉପରେ ଗୁରୁତ୍ବ ଦେଇ ଅତି ଶୀଘ୍ର ସମାଧାନ କରାଯିବ ବୋଲି ନୂଆଗାଁ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ପ୍ରକାଶ କରିଛନ୍ତି ।

Exit mobile version