Site icon Awaj Media

ହୃଦଘାତ ରେ ଶିକ୍ଷକ ଅଭୟ ଚରଣ ପଣ୍ଡା ଙ୍କ ପରଲୋକ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ବ୍ଲକ ଅନ୍ତର୍ଗତ ଗହିରିଗାଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭୟ ଚରଣ ପଣ୍ଡା (୫୧) ଙ୍କର ହୃଦଘାତ ରେ ମୃତ୍ୟୁ ବରଣ କରିଛନ୍ତି l ସେ ଜଣେ ସମୟାନୁବର୍ତ୍ତି ଛାତ୍ର ବତ୍ସଳ ଶିକ୍ଷକ ଥିଲେ l କରଡାପଲ୍ଲୀ ଆଂଚଳିକ ସାଧନ କେନ୍ଦ୍ର ର ସଂଯୋଜକ ଓ ପଣ୍ଡାଳମ ପ୍ରାଥମିକ ବିଦ୍ୟାଳୟ ରେ ପୂର୍ବରୁ ଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ l ନିଜସ୍ଵ ଗ୍ରାମ ପଣ୍ଡାଳମ ଗ୍ରାମ୍ୟ ଶ୍ମାଶାନରେ ତାଙ୍କର ଶବ ସତ୍କାର କରାଯାଇଥିଲା l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମ ପତ୍ନୀ ଯୋଜନ ବାଳା ତିନି ଝିଅ ଶୁଭ ଦର୍ଶିନୀ, ଶୁଭ ଦାୟିନୀ, ଶୁଭଶ୍ରୀ ଓ ସାନଭାଇ ସୋମନାଥ ଉପସ୍ଥିତ ଥିଲେ l ପୁତୁରା ସୂର୍ୟ ନାରାୟଣ ମୁଖାଗ୍ନି ଦେଇଥିଲେ l ତାଙ୍କ ମୃତ୍ୟୁ ଖବର ପାଇ ବାଙ୍କୀ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରୁକ ନାୟକ, ବାଙ୍କୀ ପୂଜ୍ଯ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଭାପତି ସୁନୀଲ କୁମାର ମିଶ୍ର, ବାଙ୍କୀ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବଳରାମ ମୁଦୁଲି, ଅବସରପ୍ରାପ୍ତ ଶିକ୍ଷକ ଯୋଗୀନାଥ ପଣ୍ଡା, କବି ଗଙ୍ଗାଧର ଓଝା ଓ ଶିକ୍ଷକ ବିଷ୍ନୁ ଚରଣ ପଣ୍ଡା, ଅରବିନ୍ଦ୍ ସାହୁ, ବସନ୍ତ ପଣ୍ଡା, ମକର ମହାରଣା, ସୁମନ୍ତ ଦେହୁରୀ , ସୁନୀଲ ବେହେରା , ମହେଶ୍ବର ବେହେରା , କୃଷ୍ଣଚନ୍ଦ୍ର ସିଂହ, ରାଜେନ୍ଦ୍ର ସିଂହ, ସୋମନାଥ ସିଂହ, ବିପିନ ଦେଉରୀ, ସସ୍ମିତା ସ୍ଵାଇଁ , କବିତା ବେହେରା ଆଦି ବହୁ ଶିକ୍ଷକ ଉପସ୍ଥିତ ରହି ଶବାଧାର ରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ l ବ୍ଲକ ପ୍ରଶାସନ ତରଫରୁ ପାଞ୍ଚ ହଜାର ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦିଆ ଯାଇଥିଲା l ବାଙ୍କୀ ବିଇଓ ସନ୍ତୋଷ କୁମାର ସେଠୀ, ଅବସର ପ୍ରାପ୍ତ ଏବିଇଓ ଗଦାଧର ପ୍ରଧାନ, ବାଙ୍କୀ କଲେଜ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର, ଦେବରାଜ ଦାସ , ଚିନ୍ମୟ ପଣ୍ଡା , ପ୍ରେମାନନ୍ଦ ବେହେରା ଆଦି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି l ସଙ୍କୀର୍ତ୍ତନ ଶୋଭାଯାତ୍ରା ରେ ମର ଶରୀର କୁ ଶ୍ମଶାନ ପର୍ୟ୍ୟନ୍ତ ନିଆ ଯାଇଥିଲା l ବାଙ୍କୀ ଶିକ୍ଷକ ସମାଜ ରେ ଶୋକ ର ବାତାବରଣ ଖେଳି ଯାଇଛି l

Exit mobile version