Site icon Awaj Media

ଅଳିଆ ପଏଣ୍ଟକୁ ସ୍ଥାନାନ୍ତରିତ କରିବାକୁ ନିବେଦନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ସ୍ୱଚ୍ଛ ଭାରତ ଅଭିଯାନରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସ୍ୱଚ୍ଛତାର ବାସ୍ତବ ରୂପ କିଛି ଅଲଗା !! କଟକ ସହରର ଡଗରପଡା ସ୍ଥିତ ଅନଥାଶ୍ରମ ସମୁଖରେ ପଡିଛି କୁଢ଼ କୁଢ଼ ଅଳିଆ !! ଆବର୍ଜନା ଦୁର୍ଗଦ୍ଧରେ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲାମାନେ ଓ ଅନାଥାଶ୍ରମର ଅନ୍ତେବାସୀ ଅତିଷ୍ଠ ହୋଇ ଯାଉଥିଲେ ମଧ୍ୟ , ସିଏମସି କର୍ତ୍ତୃପକ୍ଷଙ୍କ ନିଦ୍ରା ଭଙ୍ଗ ହେଉନାହିଁ !! ସିଏମସି କାର୍ଯ୍ୟାଳୟ ସମୁଖରେ ଏଭଳି ଅଳିଆ ପଏଣ୍ଟ ଥିଲେ , ଅଧିକାରୀ କଣ ସହ୍ୟ କରି ପାରନ୍ତେ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ . ତେବେ ଅନାଥାଶ୍ରମ ଓ ସରକାରୀ ସ୍କୁଲ ଅବସ୍ଥା ପ୍ରତି ଧ୍ୟାନ ଦେଉ ନାହାଁନ୍ତି କାହିଁକି ?? ଉକ୍ତ ସ୍ଥାନରୁ ଅଳିଆ ପଏଣ୍ଟ ସ୍ଥାନାନ୍ତରିତ କରିବାକୁ ନିବେଦନ କରିଛନ୍ତି ଲୋକେ ।

Exit mobile version