Site icon Awaj Media

ଓଡ଼ିଶାର ଗୌରବକୁ ଦ୍ବିଗୁଣିତ କରିଛନ୍ତି ମାନନୀୟା ଶ୍ରୀମତୀ ଦ୍ରୌପଦୀ ମୂର୍ମୁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତର ୧୫ ତମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇ ଓଡ଼ିଶାର ଗୌରବକୁ ଦ୍ବିଗୁଣିତ କରିଛନ୍ତି ମାନନୀୟା ଶ୍ରୀମତୀ ଦ୍ରୌପଦୀ ମୂର୍ମୁ । ଓଡ଼ିଶାର ଜଣେ ମହିଳା ମହାମହୀମ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିବାରୁ ଓଡ଼ିଶା ବାସୀଙ୍କ ସହ “ଆକାଂକ୍ଷା” ମହିଳା ସଙ୍ଗଠନର କାର୍ଯ୍ୟକର୍ତ୍ତା ଆଜି ଆନନ୍ଦିତ।ତାଙ୍କର ଓଡ଼ିଶାର ରାଇରଙ୍ଗପୁର ଠାରୁ ଦିଲ୍ଲୀରେ ରାଇସିନା ହିଲସ ପର୍ଯ୍ୟନ୍ତର ଯାତ୍ରା ନାରୀ ସମାଜ ପାଇଁ ଏକ ପ୍ରେରଣାର ଉତ୍ସ ଅଟେ । ଶ୍ରୀମତୀ ମୂର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ଅବସରରେ “ଆକାଂକ୍ଷା” ମହିଳା ସଙ୍ଗଠନ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ମଙ୍ଗଳ କାମନା କରି ପାରଳା ଉପକଣ୍ଠରେ ଥିବା ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି , ଆନନ୍ଦ ଉତ୍ସାହର ସହ ସଙ୍ଗଠନର ସମସ୍ତ ସଦସ୍ୟ ପ୍ରସାଦ ସେବନ କରିଥିଲେ ।

Exit mobile version