ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ଶ୍ରୀ ଅରବିନ୍ଦ ସୋସାଇଟି ପକ୍ଷରୁ ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଜାଗରଣ ଯାତ୍ରା ଆୟୋଜିତ ହୋଇଯାଇଛି । ଶିଳ୍ପାଞ୍ଚଳରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଛାତ୍ରଛାତ୍ରୀ, ପୂରାତନ ଛାତ୍ର, ଶିକ୍ଷକ ଶିକ୍ଷୟତ୍ରୀ, ବରିଷ୍ଠ ସଦସ୍ୟ ଙ୍କ ସମେତ କର୍ମକର୍ତ୍ତା ମାନେ ଶ୍ରୀଅରବିନ୍ଦ ଓ ଶ୍ରୀମା ଙ୍କ ସୁସଜ୍ଜିତ ଫଟୋ ଚିତ୍ର ସହ ଏକ ବିରାଟ ସାଇକଲ ଶୋଭାଯାତ୍ରା ରେ ବାହାରିଥିଲେ । ଅନୁଷ୍ଠାନର ଅଗ୍ରଦୂତ ଶାଖାର ସଂଯୋଜକ ତଥା ପୂର୍ବତନ ଛାତ୍ର ଆଦର୍ଶ ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପାରଳା ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ ଓ ଅନ୍ୟତମ ଅତିଥି ଭାବରେ ଶିକ୍ଷାକେନ୍ଦ୍ର ର ଅଧ୍ୟକ୍ଷ ଅରବିନ୍ଦ ଦାସ ଉପସ୍ଥିତ ରହି ଜାଗରଣ ଯାତ୍ରା ର ଶୁଭାରମ୍ଭ କରିଥିବା ବେଳେ ସଂଯୋଜିକ ଅଞ୍ଜନା ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷାକେନ୍ଦ୍ର ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପ୍ରଥମେ ପୋଲିସ ଷ୍ଟେସନ ଛକ ଠାରେ ଏକ ମାନବ ଶୃଙ୍ଖଳ ରେ ଠିଆ ହୋଇ ଶ୍ରୀ ଅରବିନ୍ଦ ଓ ଶ୍ରୀମା ଙ୍କ ବାଣୀ ଓ ବିଭିନ୍ନ ଲେଖା ମାଧ୍ୟମରେ ଶ୍ରୀ ଅରବିନ୍ଦ ଙ୍କ ଅତି ମାନସ ଚେତନା କୁ ନେଇ ଲୋକ ଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପରେ ସହରର ବିଭିନ୍ନ ଛକକୁ ସାଇକଲ ଯାତ୍ରା କରି ଅନୁଷ୍ଠାନ ରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ସୋସାଇଟି ର ଅଗ୍ରଦୁତ ଶାଖା ର ସଦସ୍ୟ ମାନେ ସଂଯୋଜନା କରିଥିଲେ ।
ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଜାଗରଣ ଯାତ୍ରା !!!

