Site icon Awaj Media

ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ୬୬ ତମ ଶ୍ରାଦ୍ଧ ବାର୍ଷିକୀ , ଗୋଦାବରୀଶ ମହାବିଦ୍ୟାଳୟ ର ୬୦ ତମ ପ୍ରତିଷ୍ଠା ଦିବସ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ୬୬ତମ ଶ୍ରାଦ୍ଧ ବାର୍ଷିକୀ ତଥା ଗୋଦାବରୀଶ ମହାବିଦ୍ୟାଳୟ ର ୬୦ ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ବଚନାଳୟରେ ପାଳିତ ହୋଇଯାଇଛି l ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀମତୀ ବିଜୟା ବନ୍ଦନା ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଓଡ଼ିଶାର ପ୍ରାକ୍ତନ ମନ୍ତ୍ରୀ ତଥା ପ୍ରାକ୍ତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ନିଜର କଲେଜ ବେଳର ସମୟ ସମ୍ପର୍କରେ ସ୍ମରଣ କରାଇଥିଲେ l ବରିଷ୍ଠ ଅତିଥି ପୂର୍ବତନ ମନ୍ତ୍ରୀ ଓ ମୁଖ୍ୟ ସଚେତକ ଡ଼ଃ ଦେବେନ୍ଦ୍ର ନାଥ ମାନସିଂହ , ମୁଖ୍ୟ ବକ୍ତା ଡ଼ଃ ଅଭିରାମ ବିଶ୍ୱାଳ ଗୋଦାବରୀଶ ଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ l ବାଣପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ , ଜିଲ୍ଲା ପରିଷଦର ଉପ ସଭାପତି ଗୋପୀନାଥ ମହାରଣା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ନିଜ ମହାବିଦ୍ୟାଳୟ ମନେ କରି ସମସ୍ତେ ଏହାର ଉନ୍ନତି ପାଇଁ ମନ୍ତବ୍ୟ ଦେଇଥିଲେ l ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ଅଧକ୍ଷ ବନମାଳୀ ବେହେରା ବାର୍ଷିକ ବିବରଣୀ ପାଠ କରି ମହାବିଦ୍ୟାଳୟ ର ବିଭିନ୍ନ ସୁବିଧା ଓ ଅସୁବିଧା କୁ ବାଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଙ୍କୁ ଜଣାଇଥିଲେ l ପରିଶେଷରେ ପଦାର୍ଥ ବିଜ୍ଞାନ ବିଭାଗ ର ମୁଖ୍ୟ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version