Site icon Awaj Media

ସାଧାରଣ ବିଦ୍ୟାଳୟରେ ବିଶେଷ ଆବଶ୍ୟକ ରଖୁଥିବା ବିଦ୍ୟାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ ନିଯୁକ୍ତି କରିବାକୁ ସୁପ୍ରିମ କୋର୍ଟଙ୍କ ଆଦେଶ !!!

Spread the love

ଭୁବନେଶ୍ବର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ | ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀର ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ଅଛି | ଓଡ଼ିଶା ରେ ୬୪୦୦୦ରୁ ଅଧିକ ବିଦ୍ୟାଳୟ ଅଛି ଏବଂ ପ୍ରାୟ ୮୨୦୦୦ ବିଶେଷ ଆବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇଛନ୍ତି , କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ସମ୍ପୂର୍ଣ ଅଭାବ ରହିଛି ଏବଂ ଆଜି ପର୍ଯ୍ୟନ୍ତ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ | ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ ରେ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶରେ ଉଲ୍ଲେଖ ଥିଲା ଯେ, ପ୍ରତ୍ୟେକ ରାଜ୍ୟ ନିଜର କମ୍ପ୍ଲିଆନ୍ସ ଆଫିଡ଼େଭିଟ୍ ଉଚ୍ଚତମ ନ୍ୟାୟାଳୟ ରେ ଦାଖଲ କରିବେ । ଏହି ପରିପ୍ରେକ୍ଷୀ ରେ ଓଡ଼ିଶା ସରକାର ଙ୍କ ଭିନ୍ନକ୍ଷମ ତଥା ସଶକ୍ତିକରଣ ବିଭାଗ କମିଶନର ନିଜ ଆଫିଡ଼େଭିଟ ରେ ଉଲ୍ଲେଖ କରିଛନ୍ତି ଯେ, ଡ଼ିପ୍ଲୋମା (ସ୍ବତନ୍ତ୍ର ଶିକ୍ଷା) ଓ ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା) ଏମ୍.ଇଡ଼ି(ସ୍ବତନ୍ତ୍ର ଶିକ୍ଷା) କୋର୍ସ କରି ରିହାଵିଲଟେସନ କାଉନସିଲ ଇଣ୍ଡିଆ (RCI) ରେ ନାମ ପଞ୍ଚିକରଣ କରିଥିବା ଆଶାୟୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସାଧାରଣ ବିଦ୍ୟାଳୟ ରେ କନିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନିଯୁକ୍ତି ଦିଆଯାଉଛି ଏବଂ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଇଁ ରାଜ୍ୟ ର ପ୍ରତ୍ୟେକ ବ୍ଲକ ରେ ଦୁଇଟି ଲେଖାଏଁ ବ୍ଲକ୍ ରିସୋର୍ସ୍ ଟିଚର (BRT) ରେ ୬୩୨ ଜଣ ଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ ୬୨ ଟି ସ୍ବତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ଥିବା ବେଳେ ୧୮୪୬ ସିଟ୍ ରହିଛି ।ପ୍ରତ୍ୟେକ ବର୍ଷ ଏହି କୋର୍ସ କରି ଛାତ୍ର ଛାତ୍ରୀ ମାନେ ଘରେ ବସିଛନ୍ତି । ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ୨୧.୦୭.୨୦୨୨ ତାରିଖ ଦିନ ପୁନଶ୍ଚ ରାୟ ର ଶୁଣାଣି କରି କହିଛନ୍ତି ଯେ, ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ଓ ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସ୍ଥିର କରିଛନ୍ତି ଏବଂ ଯଦି ଗୋଟେ ବିଦ୍ୟାଳୟରେ ଗୋଟିଏ ବି ଭିନ୍ନକ୍ଷମ ପିଲା ଅଛି ସେଠି ଜଣେ ସ୍ୱତନ୍ତ୍ର ଶିକ୍ଷକ ଦବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ଶିକ୍ଷାର ବିକାଶ ପାଇଁ ସର୍ବଦା ଚ଼େଷ୍ଟିତ ସଂଘ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ (OSEFD) ପକ୍ଷରୁ କୁହାଯାଇଛି ଯେ,ଓଡ଼ିଶା ରେ ଡ଼ିପ୍ଲୋମା (ସ୍ବତନ୍ତ୍ର ଶିକ୍ଷା), ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା) ଏମ୍.ଇଡ଼ି(ସ୍ବତନ୍ତ୍ର ଶିକ୍ଷା) ଦୁଇ ବର୍ଷିଆ କୋର୍ସ କରି ପ୍ରତ୍ୟେକ ବର୍ଷ ପ୍ରାୟ ୧୮୦୦ ରୁ ଉର୍ଦ୍ଦ୍ବ ଆଶାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ନ ପାଇ ବେକାର ହୋଇ ଘରେ ବସି ରହୁଛନ୍ତି । ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଧାରିତ ରାୟ ଅନୁସାରେ ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟ ରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ରାଜ୍ୟ ସରକାର ଙ୍କ ନିକଟରେ ଦୃଢ଼ ଦାବି ରଖୁଛି । ଏହି ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ଶିକ୍ଷା ରୁ ବଞ୍ଚିତ ନହେବା ସହ ଓଡ଼ିଶାରେ ଥିବା ୬୦୦୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପକୃତ ହୋଇପାରିବେ ବୋଲି ସଂଘ ପକ୍ଷରୁ ମତ ରଖାଯାଇଛି ।

Exit mobile version