ବାଣପୁର ତୋଟା ଗାଁରେ ପାରିବାରିକ କଳହର କରୁଣ ପରିଣତି : ନିଜ ଘରେ ନିଆଁ ଲଗାଇଲେ ସ୍ବାମୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ତୋଟା ଗାଁ ଅଞ୍ଚଳରେ ଘଟି ଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ପାରିବାରିକ କଳହ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା । ପରିଶେଷରେ ସ୍ୱାମୀ ରାଗରେ ନିଜ ଘରେ ଲଗେଇଦେଲେ ନିଆଁ । ଖବର ମୁତାବକ ତୋଟା ଗାଁର ବିଭୁତି ସାହୁ ଏବଂ ଦମୟନ୍ତୀ ସାହୁ ଉଭୟ ପତି ପତ୍ନୀ ଅଟନ୍ତି । ତେବେ ଆଜି ମଧ୍ୟାହ୍ନରେ କୌଣସି କାରଣ ବଶତଃ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଶେଷରେ ସ୍ୱାମୀ ବିଭୁତି କ୍ରୋଧରେ ନିଜ ପତ୍ନୀଙ୍କ ଲୁଗାପଟାରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଚାହୁଁ ଚାହୁଁ ନିଆଁ ଘରେ ବ୍ୟାପି ଯାଇଥିଲା । ଏହା ଦେଖି ସ୍ତ୍ରୀ ଦମୟନ୍ତୀ ତୁରନ୍ତ ଗମ୍ଭାରୀମୁଣ୍ଡା ବିଟ ହାଉସ ଯାଇ ସ୍ୱାମୀ ବିରୋଧରେ ଏତଲା ଦେଇଥିବା ବେଳେ ଅପର ପକ୍ଷେ ସ୍ୱାମୀ ବିଭୁତି ଘରେ ନିଆଁ ଲାଗି ଯାଇଥିବାର ଖବର ବାଣପୁର ଅଗ୍ନିଶମ ବାହିନୀକୁ ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଚେଷ୍ଟା କରି ନିଆଁକୁ ଆୟତ୍ତ କରିଥିଲା । ତେବେ ପାଖପାଖି ଏକ ଲକ୍ଷ ଟଙ୍କାର ଆସବାବପତ୍ର ପୋଡ଼ି ଯାଇଥିବାର କହିଛି ଅଗ୍ନିଶମ ବାହିନୀ । ଅନ୍ୟ ପକ୍ଷରେ ପୋଲିସ ଫେରାର ଅଭିଯୁକ୍ତ ବିଭୁତିଙ୍କୁ ଖୋଜିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *