Site icon Awaj Media

ଢେଙ୍କାନାଳରୁ ନିଖୋଜ ନାବାଳକ ଉଦ୍ଧାର : ପରିବାର ବର୍ଗଙ୍କୁ ଜିମା ଦେଲା ସୁକିନ୍ଦା ପୁଲିସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳର ଜଣେ ସହୃଦୟ ଯୁବକ ଜଣେ ନାବାଳକକୁ ଉଦ୍ଧାର କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ ଯୁବକଙ୍କୁ ପ୍ରଶଂସାର ସୁଅ ଛୁଟିଛି । ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମ ବେଣୁଧର ମଲିକଙ୍କ ପୁଅ ଲିପୁନ ମଲିକ ରବିବାର ଦିନ କୌଣସି କାମରେ ଯାଜପୁର ରୋଡ ରେଳ ଷ୍ଟେସନକୁ ଯାଇଥିଲେ । ଷ୍ଟେସନରେ ଜଣେ ନାବାଳକ ଏକୁଟିଆ ବସି କାନ୍ଦୁଥିବା ଦେଖି ତା ପାଖକୁ ଯାଇ ପଚାରିବାରୁ ସେ ଭୁଲରେ ପଳେଇ ଆସିଥିବା ଜାଣିବାକୁ ପାଇଲେ । ନାବାଳକ ଜଣକ ଢେଙ୍କାନାଳ ସଦର ଥାନା ଆନନ୍ଦବଜାର ଅଞ୍ଚଳର ମନୋଜ ପିରୋଇଙ୍କ 13 ବର୍ଷିୟ ପୁଅ ଆକାଶ ପିରୋଇ ବୋଲି ଜଣାପଡିବା ପରେ ଲିପୁନ୍ ଆକାଶକୁ ନିଜ ଘରକୁ ନେଇ ଆସିଥିଲେ ଓ ଆକାଶର ପରିବାର ସହ ଯୋଗାଯୋଗ କରିଥିଲେ . ଆକାଶକୁ ସୁକିନ୍ଦା ପୋଲିସ ପାଖରେ ମଙ୍ଗଳବାର ଦିନ ପହଞ୍ଚାଇଥିଲେ । ମଙ୍ଗଳବାର ଅପରାହ୍ନ ସମୟରେ ଆକାଶର ମା ତନିଟି ନାୟକ ସୁକିନ୍ଦା ଥାନାରେ ପହଞ୍ଚି ସୁକିନ୍ଦା ପୋଲିସକୁ ସାକ୍ଷ୍ୟ ପ୍ରମାଣ ଦେଖାଇ ପୁଅକୁ ଫେରି ପାଇ ଅତ୍ୟନ୍ତ ଖୁସି ପ୍ରକଟ କରିବା ସହ ଲିପୂନର ଏହି ସାହାଯ୍ୟ ଭୁଲି ପାରିବେ ନାହିଁ ବୋଲି କହି କାନ୍ଦି ପକାଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲିପୂନ୍ ପାଖକୁ ପ୍ରଶଂସାର ସୁଅ ଛୁଟିଛି । ଜଣେ ସହୃଦୟ ଯୁବକଙ୍କ ପାଇଁ ଜଣେ ନାବାଳକ ପୁଅକୁ ତାଙ୍କ ପରିବାର ପାଇ ପାରିଥିବା ଚର୍ଚ୍ଚା ଜୋର ଧରିଛି ।

Exit mobile version