Site icon Awaj Media

ବିଶ୍ୱରେ ମହାମାରୀ କରୋନା ଓ ଚିନ୍ମୟ ଫାଉଣ୍ଡେସନର ୮୫୮ ଦିନର ନିରବଚ୍ଛିନ୍ନ ସହାୟତା ଯାତ୍ରା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର ପ୍ରକୋପ କମି କମି ଆସୁଥିବା ବେଳେ ସଚେତନତାର ଅଭାବରୁ ଏହା ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦ୍ଵିତୀୟତଃ ଜୀବନ ଜୀବିକା ହରାଇ ହାତ ଗୋଡ଼ ଜାକି ବସିଥିବା ପରିବାରକୁ ସହାୟତା ଯୋଗାଇ ଦେବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ପନ୍ଥାଟିଏ ଯୋଗାଇ ଦେବାର ଆବଶ୍ୟକତା ରହିଛି । ଏ ସବୁକୁ ଦୃଷ୍ଟିରେ ରଖି ଭୋକିଲାର ପେଟକୁ ଦାନା, ଦେହକୁ କନା, ଅସହାୟକୁ ସହାୟତା, ଅସଚେତନ ବ୍ୟକ୍ତି ମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶପଥବଦ୍ଧ ଭାବରେ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆଜକୁ ୮୫୮ ଦିନ ଧରି ନିରବଚ୍ଛିନ୍ନ ଭାବରେ ଏହି ଯାତ୍ରା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଦିନସଂଖ୍ୟା ୮୫୫ ରୁ ଦିନସଂଖ୍ୟା ୮୫୮ (ରବିବାର ରୁ ବୁଧବାର) ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ଦଶରଥପୁର, ବିଂଝାରପୁର, ଯାଜପୁର, ବରୀ, ରସୁଲପୁର ଏବଂ ଧର୍ମଶାଳା ଆଦି ବ୍ଲକର ବିଭିନ୍ନ ବସ୍ତି ମାନଙ୍କରେ ଲୋକମାନଙ୍କୁ ମହାମାରୀ କରୋନା ସମ୍ପର୍କରେ ସଚେତନ, ଟୀକା କେନ୍ଦ୍ରରେ ଟୀକା ନେବାପାଇଁ ପରାମର୍ଶ ସହ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ଡେଟଲ, ବ୍ଲିଚିଂ, ଫିନାଇଲ ,ରନ୍ଧା ଓ ଶୁଖିଲା ଖାଦ୍ୟ, ଗ୍ରସରୀ ସାମଗ୍ରୀ,ବସ୍ତ୍ର, ପିଲା ମାନଙ୍କୁ ପାଠ୍ୟ ଉପକରଣ ଆଦି ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସହ ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାର, ସମାଜସେବୀ ସ୍ଵାଧୀନ ନାୟକଙ୍କ ସମେତ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଉକ୍ତ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

Exit mobile version