ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାଗାବାଡି ବିବାଦକୁ ନେଇ ଲାଗି ରହିଛି କଳହ , ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡକୁଳ ପଞ୍ଚାୟତ ର ବଡକୁଳ ଗ୍ରାମର ମିନତୀ ନାୟକ ଓ ସୁଧୀର ନାୟକ ମଧ୍ୟରେ ଦୀର୍ଘଦିନ ଧରି ଜାଗା ବିବାଦ ଲାଗି ରହିଛି, ଏହି ବିବାଦ କୁ ନେଇ ବାଣପୁର ସିଭିଲ କୋର୍ଟ ରେ ମଧ୍ୟ୍ୟ ମାମଲା ଜାରି ରହିଛି l ତେବେ ବିବାଦ ପୂର୍ଣ୍ଣ ଜାଗା ମାପ ନିମନ୍ତେ ସମୟ ମାଗି ତହସିଲ କାର୍ଯ୍ୟାଳୟକୁ ଏକ ଦରଖାସ୍ତ ଦେଇଥିଲେ . ତେବେ ଉକ୍ତ ଦରଖାସ୍ତ ଟି ହଜି ଯାଇଥିବା କଥା ମିନତୀ ନାୟକଙ୍କୁ ତହସିଲଦାର କହିଥିଲେ , କିନ୍ତୁ ଗତ କାଲି ସନ୍ଧ୍ୟା ସମୟ ରେ ଉକ୍ତ ବାଦ ବିବାଦ ଜାଗାକୁ ନେଇ ମାପ ଚିନ୍ହଟ ଏକ ନୋଟିସ ମିନତୀ ନାୟକ ଙ୍କ ଘରକୁ ଆସିଥିଲା l ତେବେ ମିନତୀ ନାୟକ ଙ୍କ ଅଭିଯୋଗ ଅନୁଯାୟୀ ନୋଟିସ ଗତ ୨୨/୦୭/୨୦୨୨ରେ ଇସ୍ୟୁ ହୋଇଥିବା ସ୍ଥଳେ ନୋଟିସ ଟି ମାପର ପୂର୍ବଦିନ ସନ୍ଧ୍ୟା ରେ ତାଙ୍କ ଘରକୁ ଆସିଥଲା ଏବଂ ତା ପରଦିନ ସକାଳ ଦଶଟା ସମୟରେ ମାପଚୁପ ପାଇଁ ଦର୍ଶା ଯାଇଥିଲା l ନୋଟିସ ଦେବାର ଷୋହଳ ଘଣ୍ଟା ପରେ କେଉଁ ଆଧାରରେ ମାପଚୁପ କାରlଯାଇ ଜାଗା ଚିହ୍ନଟ କରାଯିବ l ବାରମ୍ବାର ତହସିଲ ଅଫିସ ଆସି ନିରାଶ ହୋଇ ଫେରିବା ଏବଂ ଚିଲିକା ତହସିଲଦାର ଙ୍କ ଠାରୁ ଉଚିତ ନ୍ୟାୟ ପାଇବା ଆଶାରେ ମିନତୀ ନାୟକ ଓ ପରିବାର ଲୋକେ ଚିଲିକା ତହସିଲ ଅଫିସ ସାମ୍ନାରେ ଧାରଣାରେ ବସିଥିଲେ, କିନ୍ତୁ ଆଗାମୀ ଦିନରେ ନ୍ୟାୟ ନମିଳିଲେ ତହସିଲ କାର୍ଯ୍ୟାଳୟ ସମୁଖରେ ଆତ୍ମହୁତି ଦେବେ ବୋଲି କହିଛନ୍ତି l
ଚିଲିକା ତହସିଲ କାର୍ଯ୍ୟଳୟ ଆଗରେ ଧାରଣାରେ ବସିଲେ ବିଧବା ମହିଳା !!!

