ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତାଗୁଡା ନିକଟରେ ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ରକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରିବନ କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରଟି ଓଡ଼ିଶା ଦକ୍ଷତା ବିକାଶ କେନ୍ଦ୍ର ଓ ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ପ୍ରତିଷ୍ଠା ହୋଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ , ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରାମାଞ୍ଚଳ ଖମାରି, ବିଜ୍ଞାନ ଭାରତୀ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ଵିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ରୂପେସ ପାଣିଗ୍ରାହୀ, ହାଇଟେକ ଗୃପ ର ନିର୍ଦ୍ଦେଶକ ଶ୍ରୀମତୀ ପୁଷ୍ପାଞ୍ଜଳି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ବିକାଶ କେନ୍ଦ୍ରରେ ଯୁବତୀ ମାନଙ୍କୁ ସିଲେଇ, କମ୍ପ୍ୟୁଟର ତାଲିମ ପ୍ରଦାନ କରାଯିବ । ତାଲିମ ପାଇବା ପରେ ସେମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ , ସେମାନଙ୍କର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ସେମାନେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଜନ ପ୍ରତିନିଧି, ତାଲିମ ନେବା ଯୁବତୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ପରିଶେଷରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ଜିଲ୍ଲାପାଳ ଗଛ ଲଗାଇ ଉତ୍ସ।ହିତ କରାଇଥିଲେ ଓ ସମସ୍ତଙ୍କୁ ବୃକ୍ଷ ରୋପଣ କରିବାକୁ କହିଥିଲେ ।
ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା !!!

