Site icon Awaj Media

ଓଡ଼ିଶା ଡ୍ରାଇଭର ମହାସଙ୍ଘ ବାଣପୁର ବ୍ଲକ ଶାଖା ତରଫରୁ ନନ୍ଦପୁର ଗ୍ରାମର ଅସହାୟ ପରିବାର କୁ ସହାୟତା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡ଼ିଶା ଡ୍ରାଇଭର ମହାସଙ୍ଘ ବାଣପୁର ବ୍ଲକ ଶାଖା ତରଫରୁ ଅସହାୟ ପରିବାର କୁ ସହାୟତା ପ୍ରଦାନ କରାଯାଇଛି । ଖବର ମୁତାବକ ବାଣପୁର ନନ୍ଦପୁର ଗ୍ରାମର କୈଳାସ ପ୍ରଧାନ ଙ୍କ ପୁଅ ଭିକାରୀ ପ୍ରଧାନ (୨୪) ଯିଏକି ଜଣେ ଡ୍ରାଇଭର ଥିଲେ ଅନ୍ୟ ଜଣଙ୍କ ଗାଡ଼ି ଚଲେଇ ନିଜ ଘର ଚଳାଉଥିଲେ , କିନ୍ତୁ କଣ ହେବ ତାଙ୍କୁ ଦଇବ ତାଙ୍କୁ ସାଥ ଦେଲାନି । ଗତ କିଛିଦିନ ତଳେ ତାଙ୍କର ଗାଡ଼ି ଦୁର୍ଘଟଣା ରେ ମୃତ୍ୟୁ ଘଟିଲା । ତାଙ୍କର ପରିବାର କହିବାକୁ ଗଲେ ବାପା, ମାଆ, ସାନ ଭାଇ ଭଉଣୀ . ବାପା ମାଆଙ୍କ ସେ ଥିଲେ ରୋଜଗାରିଆ ପୁଅ , ନିଜ ରୋଜଗାରରେ ଭଉଣୀ ବାହାଘର କରିଥାନ୍ତେ . ହେଲେ କଣ ହେବ ତାଙ୍କ ସ୍ଵପ୍ନ ଅଧୁରା ରହିଗଲା. ଭିକାରୀ ବାପାଙ୍କୁ ବୟସ ହୋଇ ଗଲାଣି , କିଛି କର୍ମ କରିବାକୁ ସେ ଏବେ ଅକ୍ଷମ ହୋଇ ପଢ଼ିଛନ୍ତି . ତେବେ ପରିବାରର ସମସ୍ତ ସଦସ୍ୟ ଅସହାୟ ହୋଇ ପଢ଼ିଛନ୍ତି । ଘରର ଭେଣ୍ଡିଆ ରୋଜଗାରକ୍ଷମ ପୁଅକୁ ହରେଇ ଆଜି ବାପା ମାଆ ଆଉ ତାଙ୍କ ସାନ ଭାଇ ଭଉଣୀଙ୍କ ଆଖିରୁ ଲୁହ ଶୁଖୁନି । ଭିକାରି ପ୍ରଧାନ ବାଣପୁର ବ୍ଲକ ଓଡ଼ିଶା ଡ୍ରାଇଭର ମହାସଙ୍ଘର ଆଗ ଧାଡ଼ିର ଜଣେ ସଦସ୍ୟ ଥିଲେ . ତାଙ୍କ ମୃତ୍ୟୁ ଖବର ଶୁଣି ବାଣପୁର ଅଞ୍ଚଳର ସମସ୍ତ ଡ୍ରାଇଭର ମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଘରେ ପହଞ୍ଚି ତାଙ୍କର ଶବଦାହ କରିବା ସହିତ ତାଙ୍କର ସମସ୍ତ କ୍ରିୟା କର୍ମରେ ସହଯୋଗ ହାତ ବଢେଇଥିଲେ । ପୁଣି ଆଜି ବାଣପୁର ଓଡ଼ିଶା ଡ୍ରାଇଭର ସଙ୍ଗର ସଭାପତି ବନମାଳୀ ପରିଡ଼ା, ଉପ ସଭାପତି ସେକ ସୌକତ, ସମ୍ପାଦକ ବେଣୁଧର ମୁଦୁଲି, କୋଷାଧ୍ୟକ ବିନୋଦ ଜେନା , ଉପଦେଷ୍ଟା ଅବଦୁଲ ସଲିମ ଖାନ ଏବଂ ମୁଖ୍ୟ ଆଡମିନ ସୂର୍ଯ୍ୟ ନାରାୟଣ ସାହୁ ଙ୍କ ସମେତ ସଂଘର ନନ୍ଧପୁର ପଞ୍ଚାୟତ ଆଡମିନ ଶରତ ବଳିୟାରସିଂ ଙ୍କ ସମେତ କିଛି ଡ୍ରାଇଭର ଭାଇ ମାନଙ୍କ ଉପସ୍ଥିତି ମିଳିତ ସହଯୋଗରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା କରିଥିଲେ । ଅତି ଗରିବ ଶ୍ରେଣୀର ପରିବାର ହୋଇଥିବା ବେଳେ ତାଙ୍କୁ ସରକାରୀ ସ୍ତରରେ କିଛି ସହାୟତା କରାଯାଉ ବୋଲି ଓଡ଼ିଶା ଡ୍ରାଇଭର ମହାସଙ୍ଘ ତରଫରୁ ଦାବି ହେଉଛି ।

Exit mobile version