Site icon Awaj Media

ଆଦିବସୀ ସମାଜ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ ପାଳନ !!!

Spread the love

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଭାରତ ବର୍ଷର ପ୍ରଥମ ନାଗରିକ ଭାବେ ଆସନ ଅଳଙ୍କୃତ କରିଥିବା ତଥା ଓଡିଶା ର ଆଦିବାସୀ ଜନ ଜାତି ର ମହିଳା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାରୁ ସାରା ଓଡିଶାରେ ଆନନ୍ଦର ଲହରୀ ଖେଳି ଯାଇଛି । ସ୍ୱାଧୀନତା ୭୫ତମ ବର୍ଷରେ ଓଡ଼ିଆ ଓ ଓଡ଼ିଶା ବାସୀ ଙ୍କୁ ମିଳିଛି ବଡ଼ ସମ୍ମାନ । ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣ ଙ୍କ ତରଫରୁ ଧନ୍ୟବାଦ୍ । ସେହି ପରିପ୍ରେକ୍ଷୀରେ ଆଜି ବୋଲଗଡ଼ ବେଗୁନିଆ ବ୍ଳକର ଆଦିବାସୀ ସମାଜର ଭାଇ ଭଉଣୀ ମାନେ ବୋଲଗଡ ବ୍ଳକ ଅନ୍ତର୍ଗତ ତାଳତୁମ୍ବ ଗ୍ରାମର ପଶ୍ଚିମେଶ୍ୱର ମନ୍ଦିର ପରିସର ରେ ଏହାକୁ ଧୁମ ଧାମ ରେ ପାରମ୍ପରିକ ନାଚ, ବାଣ, ପରସ୍ପର ମିଷ୍ଟାନ୍ନ ବଣ୍ଟନ କରି ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମ କବିର ନାୟକ, ବାଳକୃଷ୍ଣ ନାୟକଙ୍କ ତତ୍ୱବଧାନରେ ହୋଇଥିଲା, ଆଦିବାସୀ ସମାଜର ଶତାଧିକ ଆଦିବାସୀ ଓ ବହୁ ପୁରୁଖା ଆଦିବାସୀ ମୂଖ୍ୟ ମାନଙ୍କ ସହିତ ଯୁବକ , ଯୁବତୀ , ମହିଳା ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭିକାରୀ ସାହୁ, ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅକ୍ଷୟ ରାଉତରାୟ ତଥା ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ । ତତ୍ ସହିତ ଆଦିବାସୀ ମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଏକ ପତ୍ର ଲେଖି ପଠାଇବା ପାଇଁ ଭାଷଣ ରେ କହିଥିଲେ । ପରିଶେଷରେ ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version