Site icon Awaj Media

କରୋନା ହଟିବା ଯାଏଁ ଚାଲିବ କାର୍ଯ୍ୟକ୍ରମ : ସଚେତନତା ଓ ସହାୟତାର ନିରନ୍ତର ପ୍ରୟାସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ରାଜ୍ୟରୁ କରୋନା ହଟିବା ଯାଏଁ ଚାଲିବ କାର୍ଯ୍ୟକ୍ରମ , ସଚେତନତା ଓ ସହାୟତାର ନିରନ୍ତର ପ୍ରୟାସ ଜାରି ରଖିଛି ଯାଜପୁର ଜିଲ୍ଲା ବାବଲପୁରସ୍ଥିତ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ . ଅନୁଷ୍ଠାନ ତରଫରୁ ନିରବଚ୍ଛିନ୍ନ ଭାବରେ ଜାରି ରହିଛି ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୬୦ ତମ ଦିବସରେ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଲୋକମାନଙ୍କୁ ସଚେତନ ସହ ଟୀକା ନେବାପାଇଁ ପରାମର୍ଶ ଦେଇଥିଲେ । ଗରିବ, ଅସହାୟ, ବୁଭୁକ୍ଷୁ ,ପାଗଳା ଆଦିଙ୍କୁ ଖାଦ୍ୟ, ବସ୍ତ୍ର ଆଦି ସହ ଆବଶ୍ୟକୀୟ ବ୍ୟକ୍ତି ମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ବ୍ଲିଚିଂ, ଡେଟେଲ, ହ୍ୟାଣ୍ଡ ଗ୍ଲୋଵ୍ସ, ଫିନାଇଲ ଆଦି ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସମେତ ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାର, ସମାଜସେବୀ ଶ୍ରୀକ୍ଷେତ୍ର ସାହୁ ଆଦି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version