ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ରାଜୁଗୁରୁ ସାହି ସ୍ଥିତ ଗୋପୀନାଥ ପାଠାଗାର ପରିସରରେ ପୂର୍ବତନ ସେନାନୀ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ୟାପଟେନ ମଲିକାର୍ଜୁନ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ସୈନିକ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଜିଲ୍ଲା ର ସଙ୍ଘୀୟ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ସଂଘର କାର୍ଯ୍ୟଳୟ ପାଇଁ ସ୍ଥାୟୀ ଜମି ନିମନ୍ତେ ପ୍ରଶାସନ ପାଖରେ ଅନୁରୋଧ କରିବା ପରେ ମଧ୍ୟ ଦୀର୍ଘ ଦିନ ହେଲା ତାହା ହୋଇ ପାରିନଥିବା ଯୋଗୁଁ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଅବସର ସେନାନୀ ମାନଙ୍କ ସ୍ବାସ୍ଥ୍ୟ କାର୍ଡ ଓ କ୍ୟାଣ୍ଟିନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଭା ଶେଷରେ ସର୍ଜେଣ୍ଟ ଭବାନୀ ଶଙ୍କର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।