Site icon Awaj Media

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ପାଞ୍ଚ ବର୍ଷର ଶିଶୁ ଜନ୍ମେଜୟ ମହାନ୍ତି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପ୍ରଚଣ୍ଡ ଧୀଶକ୍ତି ଓ ଦୃଢ଼ ଆତ୍ମବିଶ୍ବାସ ଜଣେ ପାଞ୍ଚ ବର୍ଷର ଶିଶୁ କୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାରେ ସହାୟକ ହୋଇଛି । ପାଞ୍ଚ ବର୍ଷ ଚାରିମାସ ପାଞ୍ଚ ଦିନର ଏହି ଶିଶୁ ଟି ଗତ ୨୫ ଜୁନ ୨୦୨୨ ମସିହାରେ ଇଣ୍ଡିଆ ବୁକ ଅଫ ରେକର୍ଡ ଦ୍ଵାରା ଆୟୋଜିତ ୧୦୫୮ ଟି ଶବ୍ଦକୁ ନିର୍ଭୁଲ ଭାବରେ ଇଂରାଜୀ ଭାଷାରେ ଲେଖି ଏହି ରେକର୍ଡରେ ସ୍ଥାନ ପାଇଛନ୍ତି । ସ୍ଥାନୀୟ ଦଶରଥପୁର ବ୍ଲକର ହାଟଡିହ ଗ୍ରାମର ପିତା ଧନଞ୍ଜୟ ମହାନ୍ତି ଓ ମାଆ ଲୋପାମୁଦ୍ରା ମହାନ୍ତିଙ୍କର କନିଷ୍ଠ ପୁତ୍ର ଜନ୍ମେଜୟଙ୍କର ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପାଖରୁ ପ୍ରଶଂସାର ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି ।

Exit mobile version