Site icon Awaj Media

କନ୍ଧମାଳ ଜିଲ୍ଲାର ବିଭିନ୍ନ ଶୈବପୀଠକୁ ଶହ ଶହ କାଉଡ଼ିଆଙ୍କ ଆଗମନ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଗତ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ କାଉଡ଼ିଆ ମାନେ ସେମାନଙ୍କର ମାନସିକ ପୁରଣ ପାଇଁ ଶୈବପୀଠ ମାନଙ୍କୁ ଯାଇ ପାରିନଥିବା ବେଳେ ଚଳିତ ବର୍ଷ କୌଣସି ପ୍ରକାର କଟକଣା ନଥିବା ଯୋଗୁଁ ପ୍ରତି ସୋମବାର ଶହ ଶହ ସଂଖ୍ୟା ରେ କାଉଡ଼ିଆ ଜଳ ଲାଗି କରିବା ପାଇଁ ବିଭିନ୍ନ ଶୈବ ପୀଠ ମାନଙ୍କୁ ଗସ୍ତ କରୁଛନ୍ତି . ଚଳିତ ସୋମବାରରେ ଜଳଲାଗି ପାଇଁ ଖୋଦ୍‍ ଫୁଲବାଣୀ ସହରରୁ ଶହ ଶହ ସଂଖ୍ୟାରେ ଉଭୟ ପୁରୁଷ ଓ ମହିଳା ଭକ୍ତ ମାନେ କନ୍ଧମାଳ ଜିଲାର ପ୍ରସିଦ୍ଧ ଶୈବପୀଠ ଚକାପାଦକୁ ଗସ୍ତ କରିବା ଆରମ୍ଭ କରିଛନ୍ତି । ଆଜି ବିଭିନ୍ନ ଜଳ ତୋଠରେ ନିତି ଓ ରୀତି ପ୍ରକାରେ ପୂଜାପାଠ ପରେ ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ଫୁଲବାଣୀ ସହର ଦେଇ ଆଜି ଯାଉଥିବା ଏକ କାଉଡ଼ିଆ ଦଳ ସବୁଠାରୁ ଚର୍ଚ୍ଚାର ପରିଧିକୁ ଆସିଛନ୍ତି l ଫୁଲବାଣୀ ହନୁମାନ ମନ୍ଦିର ସାହିର କାଉଡିଆ ମାନେ ଏକତ୍ରିତ ହୋଇ ଏକ ବଡ଼ ଭାରକୁ ନେଉଥିବାର ଦେଖାଯାଇଛି । ଉକ୍ତ ଭାରରେ ୧୭ ଟି ହାଣ୍ଡିରେ ପାଣି ରଖା ଯାଇଥିବା ବେଳେ ତାହାକୁ ୨୦ ଜଣ ବୋହୁଛନ୍ତି । ଏହି ସବୁ କାଉଡ଼ିଆ ମାନେ ଏଫସିଆଇ ଛକ ସ୍ଥିତ ଜଳେଶ୍ୱର ମନ୍ଦିରରେ ପୂଜାକର୍ମ ପରେ ଚକାପାଦ ଅଭିମୁଖେ ବାହାରିଥିବା ବେଳେ ଆଜି ସହର ଦେଇ ଯାଉଥିବା ବେଳେ ସେମାନେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ସେହିଭଳି ସମଗ୍ର ଜିଲାରୁ ହଜାର ହଜାର କାଉଡ଼ିଆ ଚକାପାଦ ଗସ୍ତ କରିଥିବା ବେଳେ ଆଉ କେତେକ ଡ଼ୁଙ୍ଗୀର ଶୈବ ପୀଠ ଓ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟାର ଜଳେଶ୍ୱର, ଦଣ୍ଡପଦରର ଧବଳେଶ୍ୱର, ବାଲିଗୁଡାର ବିରୁପାକ୍ଷ, ରାମେଶ୍ୱର ମନ୍ଦିର ଭଳି ଅଞ୍ଚଳର ବହୁ ଶୈବ ପୀଠକୁ ଗସ୍ତ କରିଥିବା ବେଳେ ସୋମବାର ସେମାନେ ଜଳଲାଗି କରିବେ ବୋଲି ଜଣାପଡିଛି ।

Exit mobile version