Site icon Awaj Media

ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିପଦର ବନ୍ଧୁ ପକ୍ଷରୁ ସେବାକାର୍ଯ୍ୟ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ମାଟିର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିପଦର ବନ୍ଧୁ ସେବା ସଂଗଠନ କିଶୋରନଗର ପକ୍ଷରୁ ପ୍ରହରାଜପୁର କୁଲସାହି ଗ୍ରାମର ହାସନ ଅଲ୍ଲାଉଦ୍ଦିନଙ୍କୁ ସହାୟତା ପ୍ରଦାନ କରାଯାଇଛି । ଉକ୍ତ ଅସହାୟ ପରିବାରକୁ ପଡ଼ି ସାମଗ୍ରୀ, ବସ୍ତ୍ର, ଫଳ ଓ ଆର୍ଥିକ ସହାୟତା ଆଦି ପ୍ରଦାନ କରାଯାଇଛି । ଏହି ମହତ୍ ସେବା କାର୍ଯ୍ୟରେ ଖୀତିନ୍ଦ୍ର ମିତ୍ର, କାଙ୍ଗାଳି ଚରଣ ବେହେରା, ସେକ ଫାଜ୍ ଅଲ୍ଲୀ, ଚିତ୍ତ ରଞ୍ଜନ ବେହେରା, ବିମଳା ପ୍ରସାଦ ସାହୁ , ଆଲୋକ ମଣ୍ଡଳ, ଭୈରବ ଚନ୍ଦ୍ର ସେଠୀ, ସୁଧାକର ସେଠୀ, ସେକ୍ ସରୱର ଅଲ୍ଲୀ, ନାରାୟଣ ଦାସ, ଦେବ ନାରାୟଣ ମହାନ୍ତି, ଜଗନ୍ନାଥ ମଲିକ ପ୍ରମୁଖ ସଂଗଠନର ବହୁ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ବିପଦର ବନ୍ଧୁ ସେବା ସଂଗଠନ କିଶୋରନଗର ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରି, ଜାତୀୟ ଚିନ୍ତା ଚେତନାରେ ଅନୁପ୍ରାଣୀତ ହୋଇ ବହୁବିଧ ସେବାକାର୍ଯ୍ୟ ସମ୍ପାଦନ ପୂର୍ବକ ଖୁବ୍ ଉଚ୍ଚ ପ୍ରଶଂସା ଲାଭ କରିଛନ୍ତି ଏବଂ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Exit mobile version