Site icon Awaj Media

ନିଖିଳ ଉତ୍କଳ ଅଣ ଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଜିଲ୍ଲା ଶାଖା ଗଜପତିର ଜିଲ୍ଲା ସ୍ତରୀୟ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ତାଲିମ ହଲ ଠାରେ ନିଖିଳ ଉତ୍କଳ ଅଣ ଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଜିଲ୍ଲା ଶାଖା ଗଜପତି ର ଜିଲ୍ଲା ସ୍ତରୀୟ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସଭାପତି ଶରତ ଚନ୍ଦ୍ର ପରିଚ୍ଛା , ଉପ ସଭାପତି ନରେନ୍ଦ୍ର କୁମାର ଚୌଧୁରୀ , ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ , ପରାମର୍ଶ ଦାତା ସୂର୍ଯ୍ୟକାନ୍ତ ପଟ୍ଟନାୟକ ଓ ଚିତ୍ତ ରଞ୍ଜନ ମିଶ୍ର, ଲଳିତେନ୍ଦୁ ଦଳେଇ, ସଞ୍ଜୀବ କୁମାର ହୋତା ପ୍ରମୁଖ ମଞ୍ଚାସିନ ଥିଲେ । ବୈଠକରେ ଜିଲ୍ଲାର ସମସ୍ତ ପଶୁ ନିରୀକ୍ଷକ, ଭେଟେନେରୀ ଟେକ୍ନିସିୟାନ ପ୍ରମୁଖ ଉପସ୍ଥିତ ଥିଲେ । ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ନୂତନ ସଭାପତି ଭାବେ ଗୌରହରି ବେହେରା, ଉପ ସଭାପତି ଏସ ବିର ରାଜୁ, ସମ୍ପାଦକ ବିଭୁତି ଭୂଷଣ ଗନ୍ତାୟତ, କୋଷାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ସଙ୍ଘଠନ ସମ୍ପାଦକ ଶଙ୍କର ରାଓ ସର୍ବ ସନ୍ନମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଦାବି ଗୁଡିକ ମଧ୍ୟ ଉପସ୍ଥାପିତ କରାଯାଇଛି । ଦାବି ଗୁଡିକ ହେଲା କେଡର ରିଷ୍ଟ୍ରକଚର, ମୂଳ ଦରମାର ଅଂଶଗତି ଦୂରୀକରଣ, ପ୍ରତ୍ୟେକ ପ୍ରାଣୀ ସହାୟକ କେନ୍ଦ୍ରରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ଯୁକ୍ତି ଦେବା ପାଇଁ ଦାବି ରହିଛି।

Exit mobile version