ଦୁର୍ଘଟଣା ପ୍ରବଣ ହୋଇ ପଡିଛି କଳାପଥର – ବୈଦେଶ୍ଵର ରାସ୍ତା !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥର ଠାରୁ ବୈଦେଶ୍ଵର ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କି ଜନସାଧାରଣ ସଚେତନ ନାହାନ୍ତି । ଦିନ ଦ୍ବିପ୍ରହରେ ମହାନଦୀରୁ ବାଲି ଉଠାଉଥିବା ଭାରି ଯାନ ହାଇୱା ଗାଡି ଗୁଡିକର ବହୁଳ ଯାତାୟତ ଉପରେ କାହାର ରୋକ ନାହିଁ । ଅପରାହ୍ନ ସମୟରେ ବଘେଇଟାଙ୍ଗି ର ବଙ୍ଗାଳି ମାର୍ଥା ନିଜର ଛେଳି ଗୁଡିକ ପୁରୁଣା ପାଣି ରାସ୍ତା ପାଖ ପଡିଆରେ ଚରାଉଥିବା ବେଳେ ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ଛେଳି ଗୋଠ ଉପରେ ମାଡି ଯାଇଥିଲା । ଲୋକ ମାନେ ଛେଳିଙ୍କ ରାବ ଶୁଣି ଘଟଣାସ୍ଥଳକୁ ଆସିବା ଭିତରେ ଦ୍ରୁତଗତିରେ ଗାଡିଟି ପଳେଇଥିଲା । ଯାହାକୁ ପିଛା କରିବା ସମ୍ଭବ ହୋଇ ନଥିଲା । ବୈଦେଶ୍ବର ଥାନାକୁ ଖବର ଦିଆ ଯାଇଥିଲେ ମଧ୍ୟ ଟି ସେତୁ ବ୍ରିଜ ରେ ଗାଡିକୁ ଧରିବା ସମ୍ଭବ ହୋଇ ନଥିଲା । ଗାଁ ଲୋକ ରାସ୍ତା ଖରାପ , ଭାରିଯାନ ଚଳାଚଳ ବନ୍ଦ ସହିତ ଗରିବ ଚାଷୀ ବଙ୍ଗାଳି ମାର୍ଥାଙ୍କୁ କ୍ଷତି ପୁରଣ ଦେବାକୁ ରାସ୍ତାରୋକ କରିଥିଲେ । ପ୍ରାୟ ଦୁଇଘଣ୍ଟାର ରାସ୍ତା ଗହଳି ପରେ ବୈଦ୍ବେଶ୍ବର ଥାନାର ଭାରାପ୍ରାପ୍ତ ଅଧିକାରୀ ଘଟଣାସ୍ଥଳକୁ ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ମାନେ ରାସ୍ତାରୋକରୁ ଓହରିଥିଲେ ।

Leave a Reply

Your email address will not be published. Required fields are marked *