Site icon Awaj Media

ଖୋର୍ଦ୍ଧା ଜିଲ୍ଲା ସଂଘ ତରଫରୁ ବାର୍ଷିକ ଉତ୍ସବ ତଥା ସ୍ବତନ୍ତ୍ର ଶିକ୍ଷକ ଦିବସ ପାଳନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ ର ପଞ୍ଚମ ବାର୍ଷିକ ଉତ୍ସବ ତଥା ଓଡ଼ିଶା ସ୍ବତନ୍ତ୍ର ଶିକ୍ଷକ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ଓଏସ୍ଇଏଫଡ଼ି ସଂଘ ତରଫରୁ ଭୂବନେଶ୍ବର ସ୍ଥିତ ବିପିନ ବିହାରୀ ଚ଼ୌଧୁରୀ ସରକାରୀ ବଧିର ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସହ ହସଖୁସି ରେ ପାଳନ କରାଯାଇଛି । ୨୦୧୮ ମସିହାରେ ଓଡ଼ିଶାର କୋଣ ଅନୁକୋଣ ରେ ଥିବା ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା ଓ ସେମାନଙ୍କ ସାମୂହିକ ଉନ୍ନତି ନିମନ୍ତେ ଏହି ସଂଘ ପ୍ରତିଷ୍ଠା ହୋଇଥିଲା । ସେହି ଦିନ ଠାରୁ ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା ଓ ଉନ୍ନତି ଦିଗରେ ସଂଘ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଛି ଏବଂ ଆଗାମୀ ଦିନରେ କାର୍ଯ୍ୟ କରିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମଧ୍ୟ ଦେଉଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ଯେହେତୁ ସାଧାରଣ ବିଦ୍ୟାଳୟରେ ପଢ଼ୁଛନ୍ତି , ସେହି ମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତ କରିବାକୁ ରାଜ୍ୟ ସରକାର ଙ୍କୁ ବିନମ୍ର ନିବେଦନ କରିଛନ୍ତି ସଂଘର କର୍ମକର୍ତ୍ତା । ଦିବ୍ୟାଙ୍ଗ ମାନେ କୌଣସି ଗୁଣରେ କମ୍ ନୁହଁନ୍ତି, ସେମାନଙ୍କୁ ଉଚ଼ିତ୍ ଶିକ୍ଷା ଓ ପ୍ରଶିକ୍ଷଣ ଦେବା ଦ୍ବାରା ସେହି ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ, ଉପସଭାପତି ଦେବାଶିଷ ପତି, ସମ୍ପାଦିକା ଶୁଭ୍ରାଙ୍ଗୀ ପ୍ରିୟବାଦିନୀ, ଯୁଗ୍ମ ସଂପାଦକ ଅଶ୍ବିନୀ କୁମାର ମୁଦୁଲି, ସଂଯୋଜକ ବିଶ୍ବବିଜୟୀ ଦାଶ, ସହ ସଂଯୋଜକ ସୁଶୀଲ କୁମାର ସାହୁ ଏବଂ ଆଇଟି ସେଲ ସଂଯୋଜିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version