ନୟାଗଡ଼ ପୈାର ପରିଷଦ ର ସ୍ଥିତି ସମୀକ୍ଷା କଲେ ବିଧାୟକ ଡଃ. ଅରୁଣ କୁମାର ସାହୁ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପୈାର ପରିଷଦ ର ସମୀକ୍ଷା କରିଛନ୍ତି ବିଧାୟକ ଡଃ. ଅରୁଣ କୁମାର ସାହୁ । ସହରର ସୈାନ୍ଦର୍ଯ୍ୟ କରଣ , ପରିମଳ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେବା ସହିତ ଆଗାମୀ ଦିନରେ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସ କିପରି ସୂଚାରୁ ରୂପେ ପାଳନ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ନୟାଗଡ଼ ପୁରୁଣା ସହର ରେ ଏକ କଲ୍ୟାଣୀ ମଣ୍ଡପ ଆବଶ୍ୟକ ଥିବାରୁ ପ୍ରଥମେ ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇ କଲ୍ୟାଣୀ ମଣ୍ଡପ ର କାର୍ଯ୍ୟ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ। ପୁରୁଣା ସହରରେ ଏକ ପିଡିଏସ ଶାଖା ଖୋଲାଯିବା ର ଦାବି ଅନେକ ଦିନରୁ ହୋଇ ଆସୁଥିଲା । ୨୫ ଟଙ୍କା ର ରାସନ୍ ଆଣିବା ପାଇଁ ଲୋକମାନେ ଏକ ଶହ ଟଙ୍କା ର ଅଟୋ ଭଡ଼ା କରି ରାସନ୍ ଦୋକାନକୁ ଯିବାକୁ ପଡୁଥିଲା । ଏ ସମ୍ପର୍କରେ ପୁରୁଣା ସହର ବାସୀ ଜିଲ୍ଲାପାଳ ଙ୍କୁ ବାରମ୍ବାର ଅଭିଯୋଗ କରି ଆସିଥିଲେ । ଜନସାଧାରଣ ଙ୍କ ସୁବିଧା କୁ ଦୃଷ୍ଟିରେ ରଖି ମ୍ୟୁନିସିପାଲଟି ସମୀକ୍ଷା ବୈଠକ ପୁର୍ବରୁ ଦକ୍ଷିଣ କାଳୀ ପଡିଆ ନିକଟରେ ଏକ ପିଡିଏସ ଶାଖା ଉଦ୍ଘାଟନ କରିଥିଲେ । ଏହି ଶାଖା ଦ୍ବାରା ପୁରୁଣା ସହର ର ୫,୬,୭,୮,୯ ନମ୍ବର ଓ୍ବାର୍ଡ ର ହିତାଧିକାରୀ ମାନେ ବିଶେଷ ଉପକୃତ ହେବେ । ସହରବାସୀଙ୍କ ଉନ୍ନତି ଏବଂ ସମସ୍ୟାର ସମାଧାନ ଦିଗରେ ବିଧାୟକ ଡ. ସାହୁ ଙ୍କ ଅହରହ ଚେଷ୍ଟା ଲାଗି ସହର ବାସୀ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *