Site icon Awaj Media

ଏକାଦଶାହ କାର୍ଯ୍ୟକ୍ରମରେ ବାଙ୍କୀର ପୂର୍ବତନ ନଗରପାଳ ସ୍ୱର୍ଗତ ନଗେନ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏକାଦଶାହ କାର୍ଯ୍ୟକ୍ରମରେ ବାଙ୍କୀର ପୂର୍ବତନ ନଗରପାଳ ସ୍ୱର୍ଗତ ନଗେନ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ . ବାଙ୍କୀର ପୂର୍ବତନ ନଗରପାଳ ସ୍ୱର୍ଗତ ନଗେନ ମହାପାତ୍ର ଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗଦେଲେ ବାଙ୍କୀର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ର ଉପସଭାପତି ଦେବାଶିଷ ପଟ୍ଟନାୟକ ଏବଂ ବିଜେଡି ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ . କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ସହିତ ଶୋକସନ୍ତପ୍ତ ପରିବାର କୁ ସାନ୍ତ୍ୱନା ଦେଇ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ . ଆୟୋଜିତ ସଭାରେ ବାଙ୍କୀ ଏନ୍ଏସି ଅଧ୍ୟକ୍ଷା ମାଣିକ ସାହୁ, ଉପ-ନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ରାଜେନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିବା ସହ ତାଙ୍କର ଏକମାତ୍ର ପୁତ୍ର ସାର୍ଥକ ମହାପାତ୍ର ଙ୍କୁ ସମବେଦନା ଜଣାଇଛନ୍ତି ।

Exit mobile version