Site icon Awaj Media

ପ୍ରଚାର ପ୍ରସାର କରିବା ସହିତ, ସେବାକୁ ପ୍ରାଥମିକତା ଦେବା ଉଚିତ୍ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ସିଲଭର ସିଟି କଟକ ରେ ସାମନାକୁ ଆସିଲା ଅଭାବନୀୟ ଦୃଶ୍ୟ . ଆସି ପାରିଲାନି ଆମ୍ବୁଲାନସ , ଟ୍ରଲି ରେ ବୁହାହେଲେ ଅସୁସ୍ଥ ମହିଳା . ହେଲେ ଚିକିତ୍ସା ବିଳମ୍ବ କାରଣରୁ ଘଟିଲା ମୃତ୍ୟୁ . କଟକ ସର୍ବୋଦୟପୁରର ବାସନ୍ତୀ ନାୟକଙ୍କ କରୁଣ କାହାଣୀ ! ତଳ ତେଲେଙ୍ଗା ବଜାରର ଶାନ୍ତିଲତା ଗଡ଼ା ପାଖରେ ଏହି ମହିଳା ଜଣକ ସନ୍ଧ୍ୟା ସମୟରେ ହଠାତ ଅସୁସ୍ଥ ହୋଇ ପଡିଗଲେ ଓ ତାଙ୍କ ମୁହଁରୁ ଫେଣ ବାହାରି ଗୁରୁତର ହୋଇ ଯାଇଥିଲେ ! କିଛି ଲୋକ 108 ଆମ୍ବୁଲାନ୍ସ ଏବଂ ସ୍ଥାନୀୟ ଥାନାକୁ ଫୋନ କରିବା ସତ୍ତ୍ୱେ କେହି ନ ଆସିବାରୁ , ପ୍ରାୟ ଘଣ୍ଟାଏ ପରେ ତାକୁ କିଛିଲୋକ ଟ୍ରଲିରେ ପକେଇ ମେଡିକାଲ ନେଇଥିଲେ ! କିନ୍ତୁ ଅସୁସ୍ଥ ମହିଳାଙ୍କୁ ସଠିକ୍ ସମୟରେ ଚିକିତ୍ସ ଅଭାବରୁ ମରିଗଲେ ! ହଁ ଏବେ ଚାଲିବ ଆରୋପ ପ୍ରତ୍ୟାରୋପର ନିଚ୍ଛକ ରାଜନୀତି, କିନ୍ତୁ ସଦ୍ୟ ବାହା ଦେଇଥିବା ଅଭାଗୀ ଝିଅ ପାଖକୁ ଆଉ ଫେରିବନି ବାସନ୍ତୀ ନାୟକ !! ତଥାପି ଆମେ ମେଡିକାଲକୁ ବିଶ୍ୱ ସ୍ତରୀୟ କରିବାର ଡିଣ୍ଡିମ ପିଟୁଛୁ !! ହଁ ବିଶ୍ୱସ୍ଥରୀୟ କାହିଁକି ବ୍ରହ୍ମାଣ୍ଡସ୍ତରୀୟ ମଧ୍ୟ କରି ଦେବାର ଆତ୍ମ ବଢିମା ଦେଖେଇ ହେବାକୁ କିଏ କଣ ମନା କରୁଛି !! ପ୍ରଚାର ପ୍ରସାର କରିବା ସହିତ, ସେବାକୁ ପ୍ରାଥମିକତା ଦେବା ଉଚିତ୍ !!

 

 

Exit mobile version