Site icon Awaj Media

ସୁକିନ୍ଦା ବରଡା ଛକ ପାଖ ମୁଖ୍ୟ ରାଜପଥରେ ଦୁର୍ଘଟଣା : ଚାଲିଗଲା ମା ଓ ଝିଅଙ୍କ ଜୀବନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ବରଡା ଛକ ପାଖ ମୁଖ୍ୟ ରାଜପଥରେ ଦୁର୍ଘଟଣା . ଟ୍ରକ ବାଇକ ଦୁର୍ଘଟଣାରେ ଚାଲିଗଲା ମା ଓ ଝିଅଙ୍କ ଜୀବନ . ସୁକିନ୍ଦାଗଡ ବାସିନ୍ଦା ଶ୍ରିତିକା ଚକ୍ରବର୍ତ୍ତୀ ଓ ତାଙ୍କ ବଡ ଝିଅ ସୋନାଲି ଚକ୍ରବର୍ତ୍ତୀ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟରେ ନିଜ ସମ୍ପର୍କୀୟଙ୍କ ଘର କେନ୍ଦ୍ରାପଡା ଯାଇ ବୁଧବାର ଅପରାହ୍ନ ସମୟରେ ସ୍କୁଟି ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ବରଡ଼ା ଛକରେ ଘଟିଥିଲା ଦୁର୍ଘଟଣା . ଏକ ଡ଼ମ୍ପର ସହିତ ସ୍କୁଟି ଦୁର୍ଘଟଣା ଘଟି ଶ୍ରିତିକା ଚକ୍ରବର୍ତ୍ତୀ ଓ ତାଙ୍କ ଝିଅ ସୋନାଲି ଚକ୍ରବର୍ତ୍ତୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା . ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି .

Exit mobile version